କୋଲକାତା : ଡ୍ରଗ୍ସ, ମଦ, (Drugs) ସିଗାର (Cigarate) ଆଦି ନିଶା ସମ୍ପର୍କରେ ଆପଣ ଅଳ୍ପ ବହୁତେ ଜାଣିଥିଲେ। କିନ୍ତୁ କେବେ ଶୁଣିଛନ୍ତି କି କଣ୍ଡୋମ (Condom) ଷ୍ଟିମ ସହିତ ଗରମ ପାଣିର ନିଶା ନେବାର। ଯଦି ଏହି ନିଶା ବାବଦରେ କେବେ ଜାଣିନାହାନ୍ତି, କିମ୍ବା ଶୁଣିନାହାନ୍ତି ତେବେ ଏହା ମଧ୍ୟ ଏକ ନିଶା ବୋଲି ଜାଣିରଖନ୍ତୁ। ଏଭଳି ନିଶାରେ ମଶଗୁଲ ହୋଇ ଉଠିଛନ୍ତି କୋଲକାତାର ଯୁବପିଢି। 


COMMERCIAL BREAK
SCROLL TO CONTINUE READING

କୋଲକାତାରେ ଯୁବପିଢିଙ୍କର ଏକ ଅଜବ ଟ୍ରେଣ୍ଡ ଦେଖାଦେଇଛି। ଯେଉଁଥିରେ ଯୁବକମାନେ ନିଶା ଲାଗି କଣ୍ଡୋମକୁ ବ୍ୟବହାର କରୁଛନ୍ତି। ଏଣୁ ଏପରି ପରିସ୍ଥିତି ଉପୁଜିଛି ଯେ ମେଡିସିନ ଷ୍ଟୋରମାନଙ୍କରେ କଣ୍ଡୋମର ଅଭାବ ଦେଖା ଦେଇଛି। ନିଶା ପାଇଁ ଯୁବକଙ୍କ ମଧ୍ୟରେ ଫ୍ଲେବର୍ଡ କଣ୍ଡୋମର ଚାହିଦା ଏବେ ପ୍ରଶାସନକୁ ଚିନ୍ତାରେ ପକାଇଛି।


ଦୁର୍ଗାପୁର ସିଟି ସେଣ୍ଟର, ବିଧାନ ନଗର, ବେନାଚିତି ଓ ମୁଚିପାରା ସମେତ ଅନେକ ଅଞ୍ଚଳରେ ଏବେ ଫ୍ଲେବର୍ଡ କଣ୍ଡୋମର ବହୁ ପରିମାଣରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ତେବେ ଏହାର କାରଣ ଖୋଜିବାକୁ ପ୍ରଶାସନ ଚେଷ୍ଟା କରିଥିଲା। ତେବେ ଜଣେ ଯୁବକ ଏହି କଣ୍ଡୋମ କିଣୁଥିବା ବେଳେ ତାଙ୍କୁ ଜେରା କରାଯାଇଥିଲା। 


ଜେରା ସମୟରେ ସେ ଦେଇଥିବା ବୟାନ ସମସ୍ତଙ୍କୁ ତାଜୁବ କରିପକାଇଥିଲା। ଉକ୍ତ ଯୁବକ ଜଣକ କଣ୍ଡୋମକୁ ସିଝାଇ ତାର ବାମ୍ଫକୁ ସେମାନେ ନିଶା ଆକାରରେ ନେଉଥିବା କହିଥିଲେ। ତେବେ  ପାରମ୍ପରିକ ନିଶା ବଦଳରେ କଣ୍ଡୋମ ଏବେ ନିଶାର ଶସ୍ତା ମାଧ୍ୟମ ପାଲଟିଛି। ଏ ସମ୍ପର୍କରେ ଜାଣିଥିବା ଅନେକ ଯୁବକ ଗଞ୍ଜେଇ ଓ ମଦ ଭଳି ପାରମ୍ପରିକ ନିଶାକୁ ଛାଡି ନୂଆ ନିଶାରେ ଅଭ୍ୟସ୍ତ ହେବାରେ ଲାଗିଛନ୍ତି। ନ୍ୟାସନାଲ ଲାଇବ୍ରେରୀ ଅଫ ମେଡିସିନ ଏ ବାବଦେ ଏକ ଗବେଷଣା ନିବନ୍ଧ ପ୍ରକାଶିତ  ହୋଇଥିଲା।