Advertisement
Article Detail0/zeeodisha/odisha2666031

ମାତ୍ର ୧୦ ହଜାର ଟଙ୍କାରେ ମିଳୁଛି ଏହି ଜବରଦସ୍ତ ସ୍ମାର୍ଟଫୋନ, ରହିଛି ଦମଦାର ଫିଚର

5G Smartphone Under 10K: ଯଦି ଆପଣ ନୂଆ ସ୍ମାର୍ଟଫୋନ୍ କିଣିବାକୁ ଯୋଜନା କରୁଛନ୍ତି ଏବଂ ଆପଣଙ୍କର ବଜେଟ୍ ଦଶ ହଜାର ଟଙ୍କା ପାଖାପାଖି ରହିଛି ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ ହୋଇପାରେ। ଆସନ୍ତୁ ଜାଣିବା ସେପିରି କିଛି ସ୍ମାର୍ଟଫୋନଗୁଡ଼ିକ ବିଷୟରେ ଯାହାକୁ ଆପଣ ଦଶ ହଜାର ଟଙ୍କାରେ କିଣିପାରିବେ।

ମାତ୍ର ୧୦ ହଜାର ଟଙ୍କାରେ ମିଳୁଛି ଏହି ଜବରଦସ୍ତ ସ୍ମାର୍ଟଫୋନ, ରହିଛି ଦମଦାର ଫିଚର

5G Smartphone Under 10K: ପ୍ରତିଦିନ ବିଭିନ୍ନ ଦରର ସେଗମେଣ୍ଟରେ ଅଧିକରୁ ଅଧିକ ସ୍ମାର୍ଟଫୋନ୍ ବଜାରରେ ଲଞ୍ଚ ହେଉଛି। କିନ୍ତୁ, ଯେତେବେଳେ ଏଣ୍ଟ୍ରି ଲେବଲ ସ୍ମାର୍ଟଫୋନ କଥା ଆସେ, ସେତେବେଳେ ଏହି ସଂଖ୍ୟା ବହୁତ ହ୍ରାସ ପାଇଥାଏ । ଯଦି ଆପଣ ଏକ ନୂଆ ଫୋନ୍ କିଣିବାକୁ ଯୋଜନା କରୁଛନ୍ତି ଏବଂ ଆପଣଙ୍କର ବଜେଟ୍ ଦଶ ହଜାର ଟଙ୍କା ପାଖାପାଖି ତେବେ ଜାଣିରଖନ୍ତୁ କେଉଁ ଫୋନ ଆପଣଙ୍କ ପାଇଁ ଭଲ ହେବ ।

୧. Xiaomi Redmi 14C
Xiaomiର ଏହି ଫୋନରେ ଆପଣ ୬.୮୮ ଇଞ୍ଚର IPS LCD ସ୍କ୍ରିନ୍ ପାଇବେ । ଯାହାର ରିଫ୍ରେସ୍ ରେଟ୍ ୧୨୦Hz, ଉଜ୍ଜ୍ୱଳତା ୪୫୦ ନିଟ୍ ଏବଂ ରିଜୋଲ୍ୟୁସନ୍ ୭୨୦ x ୧୬୪୦ ପିକ୍ସେଲ। ଏଥିରେ Snapdragon 4 Gen 2 ପ୍ରୋସେସର୍ ଅଛି। ଫଟୋଗ୍ରାଫି ପାଇଁ, ଫୋନରେ 50 MP ଡୁଆଲ୍ କ୍ୟାମେରା ଏବଂ 8 MP ଫ୍ରଣ୍ଟ କ୍ୟାମେରା ଆପଣଙ୍କୁ ମିଳିବ। ଏଥିରେ 5160mAh ବ୍ୟାଟେରୀ ଉପଲବ୍ଧ ରହିଛି ଯାହା ସ୍ପିଡ୍ ଚାର୍ଜିଂକୁ ସପୋର୍ଟ କରିଥାଏ । ଏହି ଡିଭାଇସର ମୂଲ୍ୟ 9,999 ଟଙ୍କାରୁ ଆରମ୍ଭ ହେଉଛି।

୨.  realme Narzo N63
ଏହି ଡିଭାଇସ୍‌ରେ ଆପଣ 6.75-ଇଞ୍ଚର IPS LCD ସ୍କ୍ରିନ୍ ପାଇବେ । ଯାହା 90Hz ରିଫ୍ରେସ୍ ରେଟ୍, 560 nits ଉଜ୍ଜ୍ୱଳତା ଏବଂ 720 x 1600 ପିକ୍ସେଲ ରିଜୋଲ୍ୟୁସନ୍ ସହିତ ଆସିଥାଏ। ଏହି ହ୍ୟାଣ୍ଡସେଟ୍‌ଟି ୟୁନିସୋକ୍ ଟାଇଗର୍ ଚିପସେଟ୍ ସହିତ ସଜ୍ଜିତ ଏବଂ Android 14 OS ରେ ଚାଲିଥାଏ। ଫୋନରେ 50 MP ଡୁଆଲ କ୍ୟାମେରା ସେଟଅପ୍ ଏବଂ ସେଲଫି ପାଇଁ 8 MP ଫ୍ରଣ୍ଟ କ୍ୟାମେରା ଅଛି। 5000mAh ବ୍ୟାଟେରୀ ସହିତ, ଏହି ଫୋନ୍ 45W ତାରଯୁକ୍ତ ଚାର୍ଜିଂକୁ ସପୋର୍ଟ କରେ। ଏହାର ମୂଲ୍ୟ 8,499 ଟଙ୍କାରୁ ଆରମ୍ଭ ହେଉଛି।

Add Zee News as a Preferred Source

୩. Itel Color Pro 5G
Itelର ଏହି ଫୋନ୍ ଆପଣଙ୍କ ବଜେଟରେ ଆସିଯିବ । ଫୋନଟିରେ 90Hz ରିଫ୍ରେସ୍ ରେଟ୍ ଏବଂ 720 x 1612 ପିକ୍ସେଲ ରିଜୋଲ୍ୟୁସନ୍ ସପୋର୍ଟ ସହିତ 6.56-ଇଞ୍ଚ IPS LCD ସ୍କ୍ରିନ୍ ଅଛି। ଫୋନରେ 50 ମେଗାପିକ୍ସେଲର ଡୁଆଲ ରିୟର କ୍ୟାମେରା ସେଟଅପ୍ ଅଛି। ସେଲଫି ପାଇଁ 8 ମେଗାପିକ୍ସେଲ କ୍ୟାମେରା ଦିଆଯାଇଛି। ଡିଭାଇସରେ 5000mAh ବ୍ୟାଟେରୀ ରହିଛି । ଏହି ଫୋନଟି ମଧ୍ୟ ହାଇସ୍ପିଡ୍ ଚାର୍ଜିଂକୁ ସପୋର୍ଟ କରେ। ତେବେ ଫୋନଟିର ମୂଲ୍ୟ 8,217 ଟଙ୍କାରୁ ଆରମ୍ଭ ହେଉଛି।

୪. Infinix Hot 50 5G
Infinix Hot 50 5G ସ୍ମାର୍ଟଫୋନ୍ ଆପଣଙ୍କୁ ଆପଣଙ୍କ ବଜେଟ ମଧ୍ୟରେ ମିଳିଯିବ । ଏହି ସ୍ମାର୍ଟଫୋନରେ 6.7 ଇଞ୍ଚର IPS LCD ଡିସପ୍ଲେ ରହିଛି ଏବଂ ଏହା 120Hz ରିଫ୍ରେସ୍ ରେଟ୍ ଏବଂ 480 nits ବ୍ରାଇଟନେସ୍ ସହିତ ଆସିଥାଏ। ଏହି ଫୋନ୍ Android 14 ରେ କାମ କରେ ଏବଂ ଏଥିରେ Mediatek Dimensity 6300 ଚିପସେଟ୍ ଅଛି। ପଛ ପ୍ୟାନେଲରେ ଟ୍ରିପଲ୍ ରିଅର୍ କ୍ୟାମେରା ସେଟଅପ୍ ରହିଛି । ଏଥିସହ 8 MP ଫ୍ରଣ୍ଟ କ୍ୟାମେରା ରହିଛି। ଫୋନଟିରେ 5000mAh ବ୍ୟାଟେରୀ ଏବଂ ସ୍ପିଡ୍ ଚାର୍ଜିଂ ସପୋର୍ଟ ରହିଛି। ଏହି ଦମଦାର ଫୋନଟିକୁ ଆପଣ ୧୦ ହଜାର ଟଙ୍କାରେ କିଣିପାରିବେ।

Also Read- Chanakya Niti: ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ବୟସ ବେଶି ପାର୍ଥକ୍ୟ ଥିଲେ କିପରି କଟେ ବୈବାହିକ ଜୀବନ? ଜାଣନ୍ତୁ

About the Author