)
ନୂଆଦିଲ୍ଲୀ: ଏଣିକି କୋଣାର୍କ ମଳି ଐତିହ୍ୟ ବୁଲି ଯିବାକୁ ହେଲେ ଆପଣଙ୍କୁ ଆଉ ଧାଡ଼ିରେ ଠିଆ ହେବାକୁ ପଡ଼ିବ ନାହିୋ। ପୁଣି ଏଏସ୍ଆଇର ପୋର୍ଟାଲ୍ ଖୋଲିବା ଆବଶ୍ୟକ ନାହିଁ। ଆପଣଙ୍କ ଫୋନ୍ରେ ଥିବା ଯେ କୌଣସି ଓଏନ୍ଡିସି ପ୍ଲାଟ୍ଫର୍ମ ଯେମିତି ଫୋନପେ, ହେଉ ବା ଓଲା, ଉବେର, ଜୋମାଟୋରେ ମିଳିପାରିବ ଭାରତର ୧୭୦ ଐତିହ୍ୟସ୍ଥଳ ଲାଗି ଟିକେଟ। ଏନେଇ ସଂସ୍କୃତି ମନ୍ତ୍ରଣାଳୟ ଆବଶ୍ୟକ ପଦକ୍ଷେପ ନେଇଥିବା ଘୋଷଣା କରିଛନ୍ତି। କେବଳ ଐତିହ୍ୟ ସ୍ଥଳ ନୁହେଁ, ମ୍ୟୁଜିୟମଗୁଡ଼ିକ ଲାଗି ମଧ୍ୟ ଟିକଟ ମିଳିପାରିବ।
ଏବେ ତାଜମହଲ, ଲାଲକିଲ୍ଲା, କୋଣାର୍କ ସୂର୍ଯ୍ୟ ମନ୍ଦିର ଏବଂ ଖଜୁରାହୋ ଭଳି ପ୍ରସିଦ୍ଧ ସ୍ଥାନଗୁଡ଼ିକର ଟିକେଟ୍ ଏବେ ONDC-ସକ୍ଷମ ଆପ୍ (ଯଥା: Highway Delite, Pelocal ର WhatsApp ସେବା ଏବଂ Abhee) ମାଧ୍ୟମରେ ଉପଲବ୍ଧ। ଏହି ଆପ୍ ଗୁଡ଼ିକ ମାଧ୍ୟମରେ ଅନଲାଇନ୍ ବୁକିଂ କଲେ ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ୫ ଟଙ୍କା ଏବଂ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ୫୦ ଟଙ୍କାର ରିହାତି ମିଳୁଛି। ଏହି ବ୍ୟବସ୍ଥା ଦ୍ୱାରା ପର୍ଯ୍ୟଟକମାନେ ସ୍ମାରକୀ ବାହାରେ ଥିବା ଲମ୍ବା ଟିକେଟ୍ ଧାଡ଼ିରୁ ରକ୍ଷା ପାଇବା ସହ ସହଜରେ ପ୍ରବେଶ କରିପାରିବେ।
ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଏହି ପଦକ୍ଷେପ ସାର୍ବଜନୀନ ସେବା ପ୍ରଦାନ କ୍ଷେତ୍ରରେ ସ୍ୱଚ୍ଛତା ଓ ଦକ୍ଷତା ବୃଦ୍ଧି କରିବ। ଏଏସ୍ଆଇର ସମସ୍ତ ସୂଚନାକୁ ଓଏନ୍ଡିସି ନେଟୱାର୍କରେ ସାମିଲ କରିବା ପାଇଁ ଏନ୍ଡିଏମ୍ଏଲ୍ ବୈଷୟିକ ସହାୟତା ପ୍ରଦାନ କରିଛି। ଡିଜିଟାଲ୍ ଇଣ୍ଡିଆ ଅଭିଯାନର ଏହା ଏକ ପ୍ରମୁଖ ଅଂଶ, ଯାହା ପର୍ଯ୍ୟଟନ ଶିଳ୍ପକୁ ଅଧିକ ତ୍ୱରାନ୍ୱିତ କରିବ।