Advertisement
Article Detail0/zeeodisha/odisha2700650
Zee OdishaOdisha TrendingSrimandira Khasapada Niti: ଆଜି ଶ୍ରୀଜିଉଙ୍କ ଖସାପଡ଼ା ନୀତି, ୫ ଘଣ୍ଟା ଧରି ସାଧାରଣ ଦର୍ଶନ ବନ୍ଦ

Srimandira Khasapada Niti: ଆଜି ଶ୍ରୀଜିଉଙ୍କ ଖସାପଡ଼ା ନୀତି, ୫ ଘଣ୍ଟା ଧରି ସାଧାରଣ ଦର୍ଶନ ବନ୍ଦ

Srimandira Khasapada Niti: ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡାଣ ଓ ମୋବାଇଲ ଫୋନ୍ ଉପରେ ପ୍ରତିକ୍ରିୟା ରଖିଥଲେ ଅରବିନ୍ଦ ପାଢୀ। ଦଣ୍ଡବିଧାନ ପର୍ଯ୍ୟାପ୍ତ ନୁହେଁ । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି। କଠୋର ଆଇନ୍ ଆବଶ୍ୟକ। ଶ୍ରୀ ଜଗନ୍ନାଥ ଟେମ୍ପୁଲ୍ ଆକ୍ଟ ଅନୁଯାୟୀ ଦଣ୍ଡବିଧାନ ହେବ। ଅନ୍ୟପଟେ ପଣା ସଂକ୍ରାନ୍ତିରେ ଓଡି଼ଆ ନବବର୍ଷର କ୍ୟାଲେଣ୍ଡର ଶ୍ରୀମନ୍ଦିର ପ୍ରଶାସନ କରୁଛି।

Srimandira Khasapada Niti: ଆଜି ଶ୍ରୀଜିଉଙ୍କ ଖସାପଡ଼ା ନୀତି, ୫ ଘଣ୍ଟା ଧରି ସାଧାରଣ ଦର୍ଶନ ବନ୍ଦ

Srimandira Khasapada Niti:  ଆଜି ତା ୩୧.୩.୨୦୨୫ ରିଖ, ସୋମବାର ଚୈତ୍ର ଶୁକ୍ଳ ଦ୍ୱିତୀୟା ତିଥିରେ ଶ୍ରୀବିଗ୍ରହ ମାନଙ୍କ ଖସାପଡା ଲାଗି ନୀତି ଅନୁଷ୍ଠିତ ହେବ । ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଆପାତତଃ ଅପରାହ୍ନ ଘ.୫.୦୦ଟିକା ଠାରୁ ରାତ୍ର ଘ.୧୦.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେହିପରି ଆସନ୍ତା ୨ରେ ହେବ ମହା ବିଗ୍ରହଙ୍କ ବନକଲାଗି ନୀତି। ତେଣୁ ଖସାପଡ଼ା ଲାଗି ଓ ବନକଲାଗି ନୀତିକାନ୍ତି ଯୋଗୁ ରତ୍ନଭଣ୍ଡାର ମରାମତି କାମ ୪ ଦିନ ଲାଗି ସ୍ଥଗିତ ରହିବ। ଆସନ୍ତାକାଲି ଠାରୁ ୩ ତାରିଖ ଯାଏ ବନ୍ଦ ରହିବ ମରାମତି କାମ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି ଏଠାରେ କହିରଖୁଛୁ ଯେ, ଗତ ଦୋଳଯାତ୍ରା ଅବସରରେ ଶ୍ରୀମନ୍ଦିରରେ ବିଶେଷ ନୀତିକାନ୍ତି ସମ୍ପାଦନ ଦୃଷ୍ଟିରୁ ଛତିଶା ନିଯୋଗର ପରାମର୍ଶକ୍ରମେ ଫଗୁ ଦଶମୀ (ଗତ ୯ ତାରିଖ ଠାରୁ ହୋଲି ଉତ୍ସବ ୧୫ ତାରିଖ) ପର୍ଯ୍ୟନ୍ତ ସାତ ଦିନ ଧରି ରତ୍ନଭଣ୍ଡାର ସଂରକ୍ଷଣ  ତଥା ମରାମତି କାର୍ଯ୍ୟ ବନ୍ଦ ରହିଥିଲା। ଅନ୍ୟପଟେ ଗତକାଲି ନୀତିକାନ୍ତିରେ ଅହେତୁକ ବିଶୃଙ୍ଖଳା ଯୋଗୁଁ ଭକ୍ତମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଗୋଟିଏ ପଟେ ରବିବାର ହେତୁ ଭକ୍ତଙ୍କ ଗହଳି ତ ଅନ୍ୟ ପଟେ ବିଳମ୍ବରେ ଶ୍ରୀମନ୍ଦିର ଦ୍ୱାର ଫିଟା ସମସ୍ୟା ସୃଷ୍ଟି କରିଛି। ଆଉ ଏଭଳି ଗହଳି ଲାଗିଥିଲା ଯେ ଚାରି ଦ୍ୱାରର ସ୍ୱତନ୍ତ୍ର ବାରିକେଡ ଭର୍ତ୍ତି ହୋଇ ଗୋଲେଇ ଲାଇନ ସୃଷ୍ଟି ହୋଇଥିଲା। 

Add Zee News as a Preferred Source

ଅନ୍ୟପଟେ ଏହାରି ମଧ୍ୟରେ ଆଗକୁ ମହାପ୍ରଭୁଙ୍କ ଘୋଷଯାତ୍ରା ନେଇ ଜୋରଦାର ପ୍ରସ୍ତୁତି ଚାଲିଛି । ଶ୍ରୀମନ୍ଦିରର ବିଭିନ୍ନ ପ୍ରସଙ୍ଗ ଉପରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ରଥଯାତ୍ରା ପ୍ରସ୍ତୁତି ଉପରେ ଶେଷ ହୋଇଛି ଆଲୋଚନା। ପ୍ରସ୍ତୁତି ଠିକ୍ ଠାକ୍ ଚାଲିଛି। ରତ୍ନଭଣ୍ଡାର ମରାମତି ଅଗ୍ରଗତି ଉପରେ ଆଲୋଚନା ହୋଇଛି। ବାହାର ଓ ଭିତର ରତ୍ନଭଣ୍ଡାର ମଝିରେ ୫ଟି ବିମ୍ ଲାଗିଥିଲା ତାହା କଳଙ୍କି ଲାଗି ଖରାପ ହୋଇଛି । ଲୁହା ବିମ୍ ବଦଳରେ ଷ୍ଟେନ ଲେସ୍ ଷ୍ଟିଲ୍ ବିମ୍ ୫ଟି ଖଞ୍ଜା ଯାଇଛି ପଥର ମଧ୍ୟ ବଦଳାଯାଉଛି। କେମିକାଲ ୱାସିଂ ଚାଲିଛି। 

 

ବାହାର ରତ୍ନଭଣ୍ଡାରକୁ ଡିପ୍ଲାଷ୍ଟରିଂ ସମୟରେ ପଥର ଖରାପ ବାହାରୁଛି। ରତ୍ନଭଣ୍ଡାରକୁ ଦୀର୍ଘସ୍ଥାୟୀ ମରାମତି ଏଏସଆଇ କରିବ। ପରେ ଚଟାଣ ମରାମତି ହେବ। ଅକ୍ଷୟ ତୃତୀୟା ବେଳକୁ ମରାମତି ଓ ସଂରକ୍ଷଣ ଶେଷ ହୋଇପାରେ। ଏଏସଆଇକୁ ପୂର୍ଣ୍ଣ ସହଯୋଗ କରୁଛୁ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ସେହିପରି  ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡାଣ ଓ ମୋବାଇଲ ଫୋନ୍ ଉପରେ ପ୍ରତିକ୍ରିୟା ରଖିଥଲେ ଅରବିନ୍ଦ ପାଢୀ। ଦଣ୍ଡବିଧାନ ପର୍ଯ୍ୟାପ୍ତ ନୁହେଁ । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି। କଠୋର ଆଇନ୍ ଆବଶ୍ୟକ। ଶ୍ରୀ ଜଗନ୍ନାଥ ଟେମ୍ପୁଲ୍ ଆକ୍ଟ ଅନୁଯାୟୀ ଦଣ୍ଡବିଧାନ ହେବ। ଅନ୍ୟପଟେ ପଣା ସଂକ୍ରାନ୍ତିରେ ଓଡି଼ଆ ନବବର୍ଷର କ୍ୟାଲେଣ୍ଡର ଶ୍ରୀମନ୍ଦିର ପ୍ରଶାସନ କରୁଛି। ପ୍ରଥମେ ମହାପ୍ରଭୁଙ୍କ ପାଖରେ ଲାଗି ହେବ। ପଣା ସଂକ୍ରାନ୍ତି କିମ୍ବା ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହେବ ଶ୍ରୀମନ୍ଦିରର ନୂଆ ୟୁଟୁବ୍ ଚ୍ୟାନେଲ।

Also Read: Heat Wave Alert: ପ୍ରତିଦିନ ବଢିବ ୫ ରୁ ୭ ଡିଗ୍ରୀ ପାରା, ଛଟପଟ ହେବେ ଏହିସବୁ ସ୍ଥାନର ଲୋକ

Also Read: Weekly Financial Horoscope: ମୀନ ରାଶିରେ ଶନିଙ୍କ ଚଳନ ପରେ ଆର୍ଥିକ ଦୃଷ୍ଟିରୁ ଏପ୍ରିଲରେ କେମିତି ରହିବ ୧୨ ରାଶିର ଭାଗ୍ୟ...

About the Author
author img
Rashmita Sahoo

'ମୁଁ ଜଣେ ସମାଲୋଚକ ନୁହେଁ, ଗର୍ବରେ କହିବି ମୁଁ ଜଣେ ସାମ୍ବାଦିକା'

...Read more