Advertisement
Article Detail0/zeeodisha/odisha3034291
Zee OdishaOdisha TrendingTop 10 Zee News Odisha Headlines Today: ଇଣ୍ଡିଗୋକୁ ମିଳିବ ସରକାରୀ ତଣ୍ଡ, କମିବ ଉଡ଼ାଣ ସଂଖ୍ୟା ଓ ଅନ୍ୟ ଖବର

Top 10 Zee News Odisha Headlines Today: ଇଣ୍ଡିଗୋକୁ ମିଳିବ ସରକାରୀ ତଣ୍ଡ, କମିବ ଉଡ଼ାଣ ସଂଖ୍ୟା ଓ ଅନ୍ୟ ଖବର

ଆଜି ବାରବାଟିରେ ଭାରତ-ଦକ୍ଷିଣ ଆଫ୍ରିକା ଭିତରେ ଟି-୨୦ କ୍ରିକେଟ୍‍ ମ୍ୟାଚ୍‍ ଅନୁଷ୍ଠିତ ହେବ। ୫ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରେ ଏହା ପ୍ରଥମ ମ୍ୟାଚ୍‍। ସନ୍ଧ୍ୟ୍ୟା ୭ଟାରୁ ମ୍ୟାଚ୍‍ ଆରମ୍ଭ ହେବ। ୧୦ ମାସ ପରେ ଗୋଟିଏ ଆନ୍ତର୍ଜାତିକ ମ୍ୟାଚ୍‍ ଖଳାଯାଉଥିବାରୁ ଷ୍ଟାଡିୟମରେ ପ୍ରବଳ ଭିଡ଼ ସମ୍ଭାବନା ରହିଛି।  ଏଥିପାଇଁ ପୁଲିସ ସଜାଗ ରହିଛି। ଆଜି ସଂସଦରେ

Top 10 Zee News Odisha Headlines Today: ଇଣ୍ଡିଗୋକୁ ମିଳିବ ସରକାରୀ ତଣ୍ଡ, କମିବ ଉଡ଼ାଣ ସଂଖ୍ୟା ଓ ଅନ୍ୟ ଖବର
  1. ଆଜି ବାରବାଟିରେ ଭାରତ-ଦକ୍ଷିଣ ଆଫ୍ରିକା ଭିତରେ ଟି-୨୦ କ୍ରିକେଟ୍‍ ମ୍ୟାଚ୍‍ ଅନୁଷ୍ଠିତ ହେବ। ୫ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରେ ଏହା ପ୍ରଥମ ମ୍ୟାଚ୍‍। ସନ୍ଧ୍ୟ୍ୟା ୭ଟାରୁ ମ୍ୟାଚ୍‍ ଆରମ୍ଭ ହେବ। ୧୦ ମାସ ପରେ ଗୋଟିଏ ଆନ୍ତର୍ଜାତିକ ମ୍ୟାଚ୍‍ ଖଳାଯାଉଥିବାରୁ ଷ୍ଟାଡିୟମରେ ପ୍ରବଳ ଭିଡ଼ ସମ୍ଭାବନା ରହିଛି।  ଏଥିପାଇଁ ପୁଲିସ ସଜାଗ ରହିଛି।
  1. ଆଜି ସଂସଦରେ ଆରମ୍ଭ ହେବ ନିର୍ବାଚନ ସଂସ୍କାର ବିଷୟରେ ଆଲୋଚନା। ଏହି ଆଲୋଚନାରେ ମୁଖ୍ୟତଃ ସଘନ  ଭୋଟର ତଲିକା ସଂଶୋଧନ ବିଷୟକୁ ନେଇ ଆଲୋଚନା ହେବ। ଏହି ପ୍ରକ୍ରିୟାକୁ ଦେଶର ନାଗରିକଙ୍କ ମୌଳିକ ଅଧିକାରକୁ ଅପହରଣ କରୁଥିବା କିଛି ଅନୁପ୍ରବେଶକାରୀଙ୍କୁ ହଟାଇବାର ଉଦ୍ୟମ ରହିଥିବା କୁହାଯାଇଛି। ଏହାର ସୁଫଳ ବିହାରରେ ମିଳିଥିବା ନେଇ ସରକାରୀ ପକ୍ଷ କହିଛନ୍ତି। ହେଲେ ଏହାଦ୍ୱରା ନିର୍ବଚନ ପ୍ରକ୍ରିୟାକୁ ନିଜ ଆଡ଼କୁ ସରକାର ମୁହାଁଉଥିବା ନେଇ ଚର୍ଚ୍ଚା କରୁଛନ୍ତି ବିରୋଧୀ।
  1. ଆଜି ପ୍ରଶ୍ନୋତ୍ତର କାଳ ପରେ ଏହି ଆଲୋଚନା ହେବ। କାର୍ଯ୍ୟ ପରାମର୍ଶ କମିଟିରେ ଏହି ଆଳୋଚନା ପ୍ରସ୍ତାବ ପାରିତ ହୋଇଛି। ଏଥିନେଇ ୧୦ ଘଣ୍ଟାର ଆଲୋଚନା ସମୟ ରଖାଯାଇଛି।
  1. ଗତକାଲି ବିଳମ୍ବିତ ରାତି ଯାଏ   ଲୋକସଭାରେ ‘ବନ୍ଦ ମାତରମ’ ବିଷୟରେ ଆଲୋଚନା ହୋଇଥିଲା। ଦରକାର ଏହାର ୧୫୦ତମ ବର୍ଷ ପୂର୍ତି ପାଳନ କରୁଥିବା ବେଳେ ଏହାକୁ ଜାତୀୟ ଏକତା, ସଂଘତି, ଦେଶପ୍ରେମର ଏକ ଜୟ ଘୋଷ ବୋଲି ଚିତ୍ରଣ କରାଯାଇଥିଲା। ମୋଟ ୬୬ ଜଣ ସାଂସ ଏ ବିଷୟରେ ନିଜର ମତ ରଖିଥିଲେ। ପ୍ରଥମେ ପ୍ରଧାନମନ୍ତ୍ରୀ ଏହି ଆଲୋଚନାର ସୂତ୍ରପାତ କରିଥିଲେ।
  1. ଇଣ୍ଡିଗୋ ବିମା ଉଡ଼ାଣ ଆଜି ବି ବାଧା ପାଇପାରେ। ଏଥିପାଇଁ ଦିଲ୍ଲୀ ବିମାନବନ୍ଦର ପକ୍ଷରୁ ଯାତ୍ରୀଙ୍କୁ ସତର୍କ ସୂଚନା ଜରି କରାଯାଇଛି। ଅପରପକ୍ଷେ ଇଣ୍ଡିଗୋ ପକ୍ଷରୁ ପରିସ୍ଥିତିରେ ସୁଧାର ଆସିବା ସହ ଯାତ୍ରୀଙ୍କୁ ତାଙ୍କ ଜିନିଷ ଓ ଟିକେଟ ଖର୍ଚ୍ଚ ଫେରସ୍ତ କରାଯାଉଥିବା କୁହାଯାଇଛି। ୯୦ ପ୍ରତିଶତ କାର୍ଯ୍ୟକୁ ସୁପରିଚାଳିତ କରାଯାଇଥିବା ଇଣ୍ଡିଗୋ କହିଛି।
  1. ଇଣ୍ଡିଗୋର ମନମୁଖୀ ଆଚରଣ ଉପରେ ରୋକ ଲଗାଇବାକୁ ଚିନ୍ତା କରୁଛନ୍ତି ସରକାର।  ପ୍ରଥମ ପର୍ଯ୍ୟାୟରେ ଇଣ୍ଡିଗୋ ଚଳାଉଥିବା ବିମାନ ସମୟକୁ ଅନ୍ୟ କମ୍ପାନୀଙ୍କୁ ପ୍ରଦାନ କରିବା ଚିନ୍ତା କରାଯାଇଛି।  ଏହିକ୍ରମରେ ପ୍ରଥମେ ୫% ଅର୍ଥାତ୍‍ ଦୈନିକ ୧୧୦ଟି ବିମାନ ଉଡ଼ାଣ ବାତିଲ ହୋଇପାରେ। ଏହି ସମୟରେ ଅନ୍ୟ କମ୍ନାୀ ବିମାନ ଉଡ଼ାଇବେ। ପରବର୍ତ୍ତୀ ସମୟରେ ଏହି ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା ରହିଛି।
  1. ସରପଞ୍ଚ ପଇଁ ଓଡ଼ିଆ ଦରକାର। ଏ କଥାକୁ ସ୍ପଷ୍ଟ କରିଛନ୍ତି ଓଡ଼ିଶା ହାଇକୋର୍ଟ। ବାଲେଶ୍ୱର ଜିଲ୍ଲା ବିଷ୍ଣୁପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଓଡ଼ିଆ ଜାଣି ନଥିବାରୁ  ଆଗତ ମାମଲାର ବିଚାର କରି ହାଇକୋର୍ଟ ଏହା କହିଛନ୍ତି। ଖାଲି ପଢ଼ିବା ନୁହେଁ ସମ୍ପୃକ୍ତ ସରପଞ୍ଚ ଓଡ଼ିଆରେ ଲେଖିବା ଜାଣିବା ନିହାତି ଆବଶ୍ୟକ ବୋଲି କହିଛନ୍ତି ହାଇକୋର୍ଟ।
  1. ମାଲକାନଗିରିର ଏମ୍‍ଭି ୨୬ ଗାଁରେ ଚାଲିଥିବା ଉତ୍ତେଜନା ଥମିବାର ନାଁ ଧରୁନପି। ପୁଲିସ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ମାଲକାନଗିରିରେ ଈଇଣ୍ଟରନେଟ୍‍ ସେବା ବନ୍ଦ କରିଦିଆଯାଇଛି। ତଥାପି ଆଦିବାସୀଙ୍କ ଭିତରେ ଉତ୍ତେଜନା ହ୍ରାସ ପାଇ ନାହିଁ। ଜଣେ ଆଦିବାସୀ ମହିଳାଙ୍କୁ ମୁଣ୍ଡ କାଟି ବଙ୍ଗାଳୀ ସମ୍ପ୍ରଦାୟ ହତ୍ୟା କରିଥିବ ନେଇ ଅଭିଯୋଗ ହୋଇଛି। ଏହି ମାମଲାରେ ଜଣେ ଗିରଫ ହୋଇଥିଲେ ମଧ୍ୟ ସମ୍ପୃକ୍ତ ମହିଳାଙ୍କ ମୁଣ୍ଡ ମିଳୁ ନଥିବାରୁ ଆଦିବାସୀମାନେ ଉତ୍ତେଜିତ ହୋଇଛି।
  1. ଫେରାର ରହିଛନ୍ତି ଗୋଆ ନାଇଟକ୍ଲବ୍‍ ମାଲିକ ଲୁଥ୍ରା ଭ୍ରାତା। ଏ ନେଇ ପୁଲୁସ ସୂଚନା ଜାରି କରିଛି। ଶନିବାର ରାତିରେ ନାଇଟକ୍ଲବରେ ନିଆଁଲାଗି ୨୫ ଜଣଙ୍କ ମୃତ୍ୟୁ ହେବା ପରେ  ଉଭୟ ସୌରବ ଓ ଗୌରବ ଲୁଥ୍ରା ଥାଇଲାଣ୍ଡ ଫେରାର ହୋଇଥିବା ନେଇ ପୁଲିସ ସୂଚନା ଦେଇଛି।
  1. ଭାରତର ଚାଉଳ ଉପରେ ନୂଆ ଟାରିଫ ଲଗଇପାରେ ଆମେରିକା। ନିମ୍ନ ମାନର ଚାଉଳ ଭାରତ ରପ୍ତନୀ କରୁଥିବାରୁ ଏହି ନୂତିନ ଟାରିଫ ଲାଗୁ ହେବ। ଏବେ ଆମେରିକା ୫୦% ଟାରିଫ ଲାଗୁ ନେଇ ଭାରତ-ଆମେରିକା ଭିତରେ କୂଟନୀତିକ ସମ୍ପର୍କ ତିକ୍ତ ହୋଇଛି।
Add Zee News as a Preferred Source
About the Author