)
ଭୁବନେଶ୍ୱର: ଗୁରୁବାରଠାରୁ ରାଜଧାନୀରେ ଲାଗିବ ଟ୍ରାଫିକ କଟକଣା। ଏଣୁ ବିଧାନସଭା ଦେଇ ଆଚାର୍ଯ୍ୟ ବିହାର ଯାଉଥିଲେ ବି ଫେରୁଥିଲେ ସାବଧାନ ରହିବାକୁ ହେବ। କମିଶନରେଟ ପୁଲିସ ପକ୍ଷରୁ ଜାରି ଟ୍ରାଫିକ ପରାମର୍ଶରେ ଏହାକୁ ସ୍ପଷ୍ଟ କରାଯାଇଛି। ବିଧାନସଭା ଶେଷ ଯାଏ ଏହି କଟକଣା ଜାରି ରହିବ। ଯଦି ଅଧିବେଶନ ମଝିରୁ ମୁଲତବୀ ହୁଏ ତେବେ ଏହି କଟକଣା କୋହଳ ହୋଇପାରେ।
ଜାରି ହୋଇଥିବା ଟ୍ରାଫିକ ପରାମର୍ଶରେ କୁହାଯାଇଛି ଯେ ସହରାଞ୍ଚଳ ପୋଲିସ ଆଇନ, ୨୦୦୩ର ଧାରା ୨୮ ଏବଂ ଭୁବନେଶ୍ୱର-କଟକ ପୋଲିସ କମିଶନରେଟ୍ (ଟ୍ରାଫିକ୍ ଏବଂ ସାର୍ବଜନୀନ ଅର୍ଡର) ନିୟମ ୨୦୦୮ର ନିୟମ ୩୬ ଅନୁଯାୟୀ ନିର୍ଦ୍ଦିଷ୍ଟ ଟ୍ରାଫିକ୍ ନିୟମାବଳୀ ନିର୍ଦ୍ଦେଶ ଦେଇଛି। ବିଧାନସଭାର ଶୀତକାଳୀନ ଅଧିବେଶନ ପରିପ୍ରେକ୍ଷୀରେ ଏହି କଟକଣା ଜାରି ହୋଇଛି।
ଏହି କଟକଣା ଅନୁସାରେ:
କିନ୍ତୁ ପୋଲିସ, ଅଗ୍ନିଶମ ଏବଂ ଆମ୍ବୁଲାନ୍ସ ସମେତ ଜରୁରୀକାଳୀନ ଯାନ କିମ୍ବା ରାଜ୍ୟ ବିଧାନସଭା ଏବଂ ଲୋକ ସେବା ଭବନ ଭଳି ସରକାରୀ କୋଠାରେ ପ୍ରବେଶ କରିବାକୁ ଅନୁମତିପ୍ରାପ୍ତ ଯାନଗୁଡ଼ିକ ପାଇଁ ଏହି କଟକଣା ପ୍ରଯୁଜ୍ୟ ନୁହେଁ।
ଡିସେମ୍ବର ୩୧, ୨୦୨୫ରେ ବିଧାନସଭା ଅଧିବେଶନ ସମାପ୍ତ ହେବା ପର୍ଯ୍ୟନ୍ତ ସମସ୍ତ ଦିନଗୁଡ଼ିକରେ ଏହି ପରାମର୍ଶ କାର୍ଯ୍ୟକାରୀ ହେବ।