)
Train Fire: ଜଳିଗଲା ଟ୍ରେନ୍ । ଏକ ଯାତ୍ରୀବାହୀ ଟ୍ରେନ୍ ରେ ଲାଗିଛି ନିଆଁ। ତେବେ, ଏହି ଅଗ୍ନିକାଣ୍ତରେ କେହି ମୃତାହତ ହୋଇ ନଥିବା ଜଣାପଡିଛି। ଲୁଧିଆନାରୁ ଦିଲ୍ଲୀ ଯାଉଥିବା ଗରିବ ରଥ ଏକ୍ସପ୍ରେସ୍ ରେ ଅଗ୍ନିକାଣ୍ତ ହୋଇଛି। ଏବେବି ରେସକ୍ୟୁ ଅପରେସନ୍ ଜାରି ରହିଛି।
Fire breaks out in Garib Rath Express from Amritsar to Saharsa; three coaches damaged, no causality reported#Punjab pic.twitter.com/aXYz4xEvDN
— Deccan Chronicle (@DeccanChronicle) October 18, 2025
ସୂଚନା ଅନୁସାରେ, ଲୁଧିଆନାରୁ ଦିଲ୍ଲୀ ଯାଉଥିବା ଗରିବ ରଥ ଟ୍ରେନ୍ ରେ ଭୟଙ୍କର ଅଗ୍ନିକାଣ୍ତ ହୋଇଛି। ଆଜି ସକାଳ ପ୍ରାୟ ସାଢେ ୭ଟା ବେଳେ ପଞ୍ଜାବର ସିରହିନ୍ଦ ଷ୍ଟେସନ ଅତିକ୍ରମ କରିବା ପରେ ଗରିବ ରଥ ଏକ୍ସପ୍ରେସ୍ ( ଟ୍ରେନ୍ ନମ୍ବର ୧୨୨୦୪) ଟ୍ରେନ୍ ରେ କୋଚ୍ ନମ୍ବର ୧୯ ରୁ ଧୂଆଁ ବାହାରିଥିଲା। କୌଣସି କାରଣ ବସତଃ ହଠାତ୍ ନିଆଁଲାଗି ଯାଇଥିଲା। ଫଳରେ ଟ୍ରେନରୁ ଧୂଆଁ ବାହାରିବା ଦେଖି ଯାତ୍ରୀମାନେ ଚିକ୍କାର କରିବାକୁ ଲାଗିଥିଲେ। ପରେ ଯାତ୍ରୀମାନେ ଟ୍ରେନ୍ ର ଚେନ୍ ଟାଣି ଦେଇଥିଲେ।
ପରେ ଟ୍ରେନ୍ ଟି ରହିଥିବାରୁ ଯାତ୍ରୀ ଓହ୍ଲାଇ ପଡିଥିଲେ। ନିଆଁ ଲାଗିବା ଦେଖି ବିଭାଗୀୟ ଅଧିକାରୀମାନେ ଅଗ୍ନିଶମ ବାହିନୀ ଓ ଜରୁରୀକାଳିନ ଟିମ୍ କୁ ଡାକି ନିଆଁ ଲିଭାଇବା ପାଇଁ ଉଦ୍ୟମ କରିଥିଲେ । ଏବଂ ଜଳି ଯାଇଥିବା ବଗି ଗୁଡିକରେ ଫସିଥିବା ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ତେବେ, ଏହି ଅଘଟଣରେ କେହି ଆହତ ଓ ମୃତାହତ ହୋଇ ନଥିବା ସୂଚନା ମିଳିଛି। ତେବେ, ସର୍ଟ ସର୍କିଟରୁ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତ ରୁ ଜଣାପଡିଛି।
କିନ୍ତୁ ଟ୍ରେନ୍ ରୁ ଓହ୍ଲାଇବା ସମୟରେ ଅନେକ ଯାତ୍ରୀ ଆହତ ହୋଇଛନ୍ତି। ଯେଉଁମାନେ ଆହତ ହୋଇଛନ୍ତି। ସେମାନ ସମସ୍ତଙ୍କୁ ଉଦ୍ଧାର କରାଯାଇ ପ୍ରାଥମିକ ଚିକିତ୍ସା ପାଇଁ ମେଡିକାଲ୍ ପଠାଯାଇଛି। ସେପଟେ, ଏହି ଟ୍ରେନ୍ ରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କୁ ଅନ୍ୟ ଏକ ଟ୍ରେନ୍ କୁ ସ୍ଥାନାନ୍ତରିତ କରାଯାଇଥିବା ରେଳବାଇ ପକ୍ଷରୁ କୁହାଯାଇଛି। ଏବଂ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।