)
ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣ ଘଟଣାରେ ମୃତ ଏବଂ ଆହତଙ୍କ ପରିବାରକୁ ଦିଲ୍ଲୀ ସରକାର କ୍ଷତିପୂରଣ ଘୋଷଣା କରିଛନ୍ତି। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସୂଚନା ଦେଇଛନ୍ତି ଯେ ଏହି ଘଟଣାରେ ପ୍ରାଣ ହରାଇଥିବା ପରିବାରକୁ ୧୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦିଆଯିବ। ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଅଙ୍ଗପ୍ରତ୍ୟଙ୍ଗ ହରାଇଥିବା ବ୍ୟକ୍ତିଙ୍କୁ ୫ ଲକ୍ଷ ଟଙ୍କା ଏବଂ ଗୁରୁତର ଭାବରେ ଆହତ ବ୍ୟକ୍ତିଙ୍କୁ ୨ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଆହତଙ୍କ ଉପଯୁକ୍ତ ଏବଂ ଗୁଣାତ୍ମକ ଚିକିତ୍ସା ପାଇଁ ରାଜ୍ୟ ସରକାର ଦାୟିତ୍ୱ ନେବେ। ଏହି ସମୟରେ, ଦିଲ୍ଲୀ ମେଟ୍ରୋ ରେଳ ନିଗମ ସୂଚନା ଦେଇଛି ଯେ ସୁରକ୍ଷା ଦୃଷ୍ଟିରୁ, ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଲାଲକିଲ୍ଲା ମେଟ୍ରୋ ଷ୍ଟେସନର ପ୍ରବେଶ ଏବଂ ପ୍ରସ୍ଥାନ ବନ୍ଦ ରହିବ।
दिल्ली में हुई दुर्भाग्यपूर्ण घटना ने पूरे शहर को स्तब्ध कर दिया है। इस मुश्किल की घड़ी में दिल्ली सरकार की गहरी संवेदनाएँ उन सभी परिवारों के साथ हैं जिन्होंने अपने प्रियजनों को खोया है और जो इस घटना में घायल हुए हैं।
दिल्ली सरकार हर पीड़ित परिवार के साथ मज़बूती से खड़ी है और…
— Rekha Gupta (@gupta_rekha) November 11, 2025