)
Vande Mataram Song 150 Years: ରାଷ୍ଟ୍ରୀୟ ସଂଗୀତ ବା ଗୀତର ୧୫୦ ତମ ବର୍ଷ ପୂର୍ତ୍ତୀ। ଏ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ନଭେମ୍ବର ୭) ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ହୋଇଥିବା ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ସାମିଲ୍ ହୋଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ,"ଐସା କୋଇ ସଂକଳ୍ପ ନାହିଁ,ଜିସକି ସିଦ୍ଧି ନା ହୋ ସକେ... ଐସା କୋଇ ଲକ୍ସ ନାହିଁ,ଜୋ ହମ୍ ଭାରତବାସୀ ପା ନା ସକେ... "। ବନ୍ଦେ ମାତରମ୍ ଏକ ମନ୍ତ୍ର, ଏକ ସ୍ୱପ୍ନ, ଏକ ସଂକଳ୍ପ ଏବଂ ଏକ ଶକ୍ତି। ଏହା ମା' ଭାରତୀଙ୍କ ନିକଟରେ ଏକ ପ୍ରାର୍ଥନା। ଏହା ଆମକୁ ଇତିହାସକୁ ଫେରାଇ ନେଇଯାଏ। ଏହା ଆମର ଭବିଷ୍ୟତକୁ ସାହସ ଦିଏ। ଏପରି କୌଣସି ସଂକଳ୍ପ ନାହିଁ ଯାହା ହାସଲ କରାଯାଇପାରିବ ନାହିଁ। ଏପରି କୌଣସି ଲକ୍ଷ୍ୟ ନାହିଁ ଯାହାକୁ ଆମେ ଭାରତୀୟମାନେ ହାସଲ କରିପାରିବା ନାହିଁ..." ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଏହି କାର୍ଯ୍ୟକ୍ରମ କୋଟି କୋଟି ଭାରତୀୟଙ୍କ ମଧ୍ୟରେ ନୂତନ ଶକ୍ତି ସୃଷ୍ଟି କରିବ । ବନ୍ଦେ ମାତରମ୍ ର ୧୫୦ତମ ବାର୍ଷିକୀରେ ପ୍ରତ୍ୟେକ ନାଗରିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ସେ ଏକ ସ୍ମାରକୀ ଡାକଟିକଟ ଏବଂ ମୁଦ୍ରା ମଧ୍ୟ ଉନ୍ମୋଚନ କରିବେ। ସେପଟେ, ସେପଟେ ଭୁବନେଶ୍ବର ଲୋକସେବା ଭବନରେ କାର୍ଯ୍ୟକ୍ରମରେ ଯୋଗଦେଇ ବନ୍ଦେ ମାତରମ୍ ଗାନ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏନେଇ ସେ ଏକ ଟ୍ବିଟ୍ ମଧ୍ୟ କରିଛନ୍ତି। ଟ୍ବିଟ୍ ରେ ଲେଖିଛନ୍ତି ଯେ, ଆଜିର ଏହି ଐତିହାସିକ ଦିନଟି, ଆମ ପାଇଁ ଏକ ମହାସଙ୍କଳ୍ପର କ୍ଷଣ। ଯେଉଁ ଚିରନ୍ତନ ବାଣୀ “ବନ୍ଦେ ମାତରମ୍” ଭାରତକୁ ଏକ ଅଖଣ୍ଡ ଶକ୍ତି ଭାବରେ ଦେଖିବାର ସ୍ୱପ୍ନ ସଞ୍ଚାର କରିଥିଲା, ଆଜି ତା'ର ୧୫୦ ବର୍ଷ ପୂର୍ତ୍ତି। ଏହା କେବଳ ମାତ୍ର ଏକ ଐତିହାସିକ ଦିନଟିଏ ନୁହେଁ; ଏହା ହେଉଛି ଆମ ପୂର୍ବପୁରୁଷମାନଙ୍କର ବଳିଦାନ ଏବଂ ତ୍ୟାଗରୁ ଜନ୍ମ ନେଇଥିବା ଏକ ଜାତୀୟ ସଙ୍କଳ୍ପକୁ ମନେପକାଇବାର ଦିନ।
ଋଷି ବଙ୍କିମ ଚନ୍ଦ୍ରଙ୍କ ଲେଖନୀରୁ ସୃଷ୍ଟି ହୋଇ, ଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କ କଣ୍ଠରେ ଶକ୍ତି ପାଇଥିବା ଏହି ଗୀତ ଆମ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପାଇଁ ମୃତ୍ୟୁଞ୍ଜୟ ମନ୍ତ୍ର ଥିଲା। ରାଷ୍ଟ୍ରପ୍ରେମର ଏହି ମହାମନ୍ତ୍ର ସ୍ୱାଧୀନତା ସଂଗ୍ରାମର ଶହ ଶହ କ୍ରାନ୍ତିକାରୀଙ୍କୁ ଫାଶୀ ଖୁଣ୍ଟରେ ବିଜୟର ସ୍ମିତହାସ୍ୟ ଦେଇଥିଲା। ଯେତେବେଳେ ଇଂରେଜ ସରକାର ଏହାକୁ ନିଷିଦ୍ଧ କରିବାକୁ ଚେଷ୍ଟା କଲେ, ସେତେବେଳେ ତାହାର ପ୍ରତିଟି ଧାଡ଼ି ଭାରତୀୟମାନଙ୍କ ପାଇଁ ବଜ୍ରଶପଥ ପାଲଟିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ , ଆସନ୍ତୁ ଆଜି ଏହି ମହାନ ଗୀତର ଅମୃତ କାହାଣୀକୁ ସ୍ମରଣ କରି, ଆମେ ସମସ୍ତେ ମାତୃଭୂମିର ସାର୍ବଭୌମତ୍ୱ ଓ ଏକତା ପାଇଁ ପୁନର୍ବାର ଆମର ଜୀବନ ସମର୍ପିତ କରିବାର ଶପଥ ନେବା। ବନ୍ଦେ ମାତରମ୍! ଭାରତ ମାତା କି ଜୟ! ଜୟ ହିନ୍ଦ!