)
ଭୁବନେଶ୍ୱର: ପର୍ଯ୍ୟଟନ ଋତୁ ଓ ଉତ୍ସବ ସମୟକୁ ଆଖିରେ ରଖି ପୂର୍ବତଟ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ଘୋଷଣା କରିଛନ୍ତି। ଭିଡ଼ ନିୟନ୍ତ୍ରଣ ପାଇଁ ଏହି ଟ୍ରେନ ସହାୟକ ହେବ ବୋଲି ଆଶା କରାଯାଇଛି। ଏହି ଦୁଇଟି ସ୍ୱତନ୍ତ୍ର ଟ୍ରେନ ପୁରୀ ଓ ନୂଆଦିଲ୍ଲୀ ମଧ୍ୟରେ ଯାତ୍ରା କରିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ଏଣୁ ସମ୍ଭାବ୍ୟ ଯାତ୍ରୀମାନେ ଏହାର ଫାଇଦା ନେଇପାରିବେ। ଏହି ଦୁଇଟି ଟ୍ରେନ ମଧ୍ୟରୁ େଗାଟିଏ ପୁରୀରୁ ଆନନ୍ଦ ବିହାର ଯିବା ପାଇଁ ସ୍ଥିର ହୋଇଥିବା ବେଳେ ଅନ୍ୟ ଟ୍ରେନଟି ପୁରୀରୁ ନିଜାମୁଦ୍ଦିନ ଯିବ।
ଆନନ୍ଦ ବିହାର – ପୁରୀ- ଆନନ୍ଦ ବିହାର ଟ୍ରେନ ଅଣସଂରକ୍ଷିତ ମହୋତ୍ସବ ସ୍ୱତନ୍ତ୍ର ଟ୍ରେନ ଭାବେ ଚଳାଚଳ କରିବ। ଏହି ଟ୍ରେନ୍ ନମ୍ବର ରହିବ ୦୪୪୦୮/୦୪୪୦୭। ଟ୍ରେନ୍ ନମ୍ବର ୦୪୪୦୮ ଆନନ୍ଦ ବିହାର ରୁ ପୁରୀ ମହୋତ୍ସବ ସ୍ୱତନ୍ତ୍ର ଏକ୍ସପ୍ରେସ୍ ନାମରେ ୧୮ଅକ୍ଟୋବର ରାତି ୧୧ଟାରେ ଛାଡ଼ିବ। ସେହିପରି ଟ୍ରେନ୍ ନମ୍ବର ୦୪୪୦୭, ପୁରୀରୁ ଆନନ୍ଦ ବିହାର ଅଭିମୁଖେ ୨୦ ଅକ୍ଟୋବରରେ ସନ୍ଧ୍ୟା ୪ଟା ୩୦ ଘଣ୍ଟା ମିନିଟରେ ଯାତ୍ରା ଆରମ୍ଭ କରିବ।
ପୁରୀ ଏବଂ ଆନନ୍ଦ ବିହାର ମଧ୍ୟରେ ଏହି ଟ୍ରେନ ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, କଟକ, ଭଦ୍ରକ, ବାଲେଶ୍ୱର, ଟାଟା ନାଗର, ବୋକରୋ ଇସ୍ପାତ ସହର, ହଜରିବାଗ ରୋଡ୍, ଗୟା, ପି.ଟିରେ ରହଣୀ କରିବ।
ସେୈିପରି ପୁରୀରୁ ନିଜାମୁଦ୍ଦିନ ଟ୍ରେନ ନମ୍ବର 08475 ୧୯ ତାରିଖ ସକାଳ ୪ଟା ୫୦ରେ ଛାଡ଼ିବ। ଏହି ଟ୍ପୁରେନ ରୀ ଏବଂ ନିଜାମୁଦିନ ମଧ୍ୟରେ ଖୋର୍ଧା ରୋଡ୍, ଭୁବନେଶ୍ୱର, ଢେଙ୍କାନାଳ, ସମ୍ବଲପୁର ସହର, ଝାରସୁଗୁଡା ରୋଡ୍, ବିଳାସପୁର, ଝାନ୍ସୀ ଏବଂ ଆଗ୍ରା କ୍ୟାଣ୍ଟରେ ରହଣୀ କରିବ।
ପୂର୍ବ ତଟ ରେଳ ଜୋନ୍ର ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ୍ଗୁଡ଼ିକୁ କଭର୍ କରି, ଏହି ସ୍ୱତନ୍ତ୍ର ଟ୍ରେନ୍ ସେବାଗୁଡ଼ିକ ଉତ୍ସବ ଋତୁର ଚାହିଦା ଏବଂ ଯାତ୍ରୀଙ୍କ ସୁବିଧା ପୂରଣ କରିବା ପାଇଁ ବ୍ୟବସ୍ଥା କରାଯାଇଛି।