UPI new rules: ଆପଣ ଯଦି ନିଜର ଦୈନନ୍ଦିନ ଆବଶ୍ୟକତା ପାଇଁ GPay, PhonePe, କିମ୍ବା Paytm ଭଳି UPI ଆପ୍ ବ୍ୟବହାର କରନ୍ତି, ତେବେ ଆପଣଙ୍କ ପାଇଁ ୟୁନିଫାଏଡ୍ ପେମେଣ୍ଟ୍ସ ଇଣ୍ଟରଫେସ୍ (UPI) ସହ ଜଡିତ ଏହି ଖବର ଜାଣିବା ବହୁତ ଗୁରୁତ୍ୱପୂର୍ଣ୍ଣ। କହିରଖୁଛୁ ୧ ଅଗଷ୍ଟରୁ UPI ସହିତ ଜଡିତ ସମସ୍ତ ନିୟମ ପରିବର୍ତ୍ତନ ହେବାକୁ ଯାଉଛି।
Trending Photos
)
UPI rules from 1 August 2025: ଆପଣ ଯଦି ନିଜର ଦୈନନ୍ଦିନ ଆବଶ୍ୟକତା ପାଇଁ GPay, PhonePe, କିମ୍ବା Paytm ଭଳି UPI ଆପ୍ ବ୍ୟବହାର କରନ୍ତି, ତେବେ ଆପଣଙ୍କ ପାଇଁ ୟୁନିଫାଏଡ୍ ପେମେଣ୍ଟ୍ସ ଇଣ୍ଟରଫେସ୍ (UPI) ସହ ଜଡିତ ଏହି ଖବର ଜାଣିବା ବହୁତ ଗୁରୁତ୍ୱପୂର୍ଣ୍ଣ। କହିରଖୁଛୁ ୧ ଅଗଷ୍ଟରୁ UPI ସହିତ ଜଡିତ ସମସ୍ତ ନିୟମ ପରିବର୍ତ୍ତନ ହେବାକୁ ଯାଉଛି। ଏହି ପରିବର୍ତ୍ତନଗୁଡ଼ିକ ଆପଣଙ୍କୁ ମଧ୍ୟ ପ୍ରଭାବିତ କରିବ। ଏହି ପରିବର୍ତ୍ତନଗୁଡ଼ିକ ପୂର୍ବ ଅପେକ୍ଷା ଇକୋସିଷ୍ଟମକୁ ଭଲ, ସୁଗମ ଓ ଅଧିକ ନିର୍ଭରଯୋଗ୍ୟ କରିବା ପାଇଁ କରାଯାଉଛି। ଯାହା ଦ୍ଵାରା ସର୍ଭର ବାଧା, ପେମେଣ୍ଟରେ ବିଳମ୍ବ ଭଳି ସମସ୍ତ ଅଭିଯୋଗର ସମାଧାନ ହୋଇପାରିବ। NPCI ଏବେ UPIରେ ୭ଟି ବଡ଼ ପରିବର୍ତ୍ତନ କରିବାକୁ ଯାଉଛି। ଯାହା ୧ ଅଗଷ୍ଟରୁ ଲାଗୁ ହେବ।
୧. ବାଲାନ୍ସ ଚେକ୍ କରିବାର ଅଭ୍ୟାସ ଉପରେ ଲଗାଯିବ ରୋକ
ପ୍ରଥମ ଏବଂ ସବୁଠାରୁ ବଡ଼ ପରିବର୍ତ୍ତନ ହେଉଛି ବାଲାନ୍ସ ଯାଞ୍ଚ କରିବାର ସୀମା ସହିତ ଜଡିତ। ନୂତନ ନିୟମ ଅନୁଯାୟୀ, ଏବେ ଆପଣ ଯେକୌଣସି ଗୋଟିଏ UPI ଆପ୍ ରୁ ଦିନକୁ କେବଳ ୫୦ ଥର ଆପଣଙ୍କର ଆକାଉଣ୍ଟ ବାଲାନ୍ସ ଯାଞ୍ଚ କରିପାରିବେ। NPCI ବିଶ୍ୱାସ କରେ ଯେ ଅନେକ ଉପଭୋକ୍ତା ଅନାବଶ୍ୟକ ଭାବରେ ବାରମ୍ବାର ବାଲାନ୍ସ ଯାଞ୍ଚ କରନ୍ତି, ଯାହା ସର୍ଭର ଉପରେ ଚାପ ବୃଦ୍ଧି କରେ ଏବଂ କାରବାରର ଗତିକୁ ଧୀର କରିଦିଏ। ଏହି ସୀମା ସାଧାରଣ ଉପଭୋକ୍ତାଙ୍କ ପାଇଁ ଯଥେଷ୍ଟ ଏବଂ ସିଷ୍ଟମର କାର୍ଯ୍ୟଦକ୍ଷତାକୁ ଉନ୍ନତ କରିବ।
୨. ଲିଙ୍କ୍ ହୋଇଥିବା ବ୍ୟାଙ୍କ ଆକାଉଣ୍ଟ ଦେଖିବା ପାଇଁ ସ୍ଥିର କରାଯାଇଛି ସୀମା
ବର୍ତ୍ତମାନ ଆପଣ ଦିନକୁ କେବଳ ୨୫ ଥର ଆପଣଙ୍କ ମୋବାଇଲ୍ ନମ୍ବର ସହିତ ଲିଙ୍କ୍ ହୋଇଥିବା ସମସ୍ତ ବ୍ୟାଙ୍କ ଆକାଉଣ୍ଟର ତାଲିକା ଦେଖିପାରିବେ। ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ସିଷ୍ଟମରେ ଅନାବଶ୍ୟକ API କଲ୍ ହ୍ରାସ କରିବା, ଯାହା ଦ୍ଵାରା UPI ସେବା ଅଧିକ ସୁଗମ ଭାବରେ ଚାଲିପାରିବ।
୩. ନିର୍ଦ୍ଦିଷ୍ଟ ସମୟରେ କରିପାରିବେ ଅଟୋପେ ଟ୍ରାଞ୍ଜେକ୍ସନ
ଆପଣ ଯଦି Netflix, ମ୍ୟୁଚୁଆଲ୍ ଫଣ୍ଡ SIP କିମ୍ବା ଅନ୍ୟ କୌଣସି ବିଲ୍ ପାଇଁ ପେମେଣ୍ଟ କରିବା ପାଇଁ ଅଟୋପେ ସୁବିଧା ବ୍ୟବହାର କରନ୍ତି, ତେବେ ଆପଣଙ୍କ ପାଇଁ ଏହା ଜାଣିବା ଗୁରୁତ୍ୱପୂର୍ଣ୍ଣ। ଏବେ ଏପରି ସମସ୍ତ ଅଟୋପେ କାରବାର କେବଳ ନନ୍-ପିକ୍ ହାୱାର ସମୟରେ ପ୍ରକ୍ରିୟାକରଣ କରାଯିବ। ଏଥିପାଇଁ ତିନୋଟି ସମୟ ସ୍ଲଟ୍ ସ୍ଥିର କରାଯାଇଛି:
୪. ଆପଣ ଫେଲ୍ ଟ୍ରାଞ୍ଜେକ୍ସନର ସ୍ଥିତି ବାରମ୍ବାର ଯାଞ୍ଚ କରିପାରିବେ ନାହିଁ
ଅନେକ ଥର ଯେତେବେଳେ ଏକ ପେମେଣ୍ଟ ଫେଲ୍ ହୁଏ ସେତେବେଳେ ଆମେ ତାହାର ସ୍ଥିତି ଜାଣିହାକୁ ବାରମ୍ବାର ଚେକ୍ କରୁ। ଏବେ ଏଥିରେ ମଧ୍ୟ ଏକ ସୀମା ଲାଗୁ କରାଯାଇଛି। ଆପଣ ଏକ ଫେଲ୍ ଟ୍ରାଞ୍ଜେକ୍ସନର ସ୍ଥିତି ଦିନକୁ କେବଳ ତିନି ଥର ଯାଞ୍ଚ କରିପାରିବେ। କେବଳ ଏତିକି ନୁହେଁ ପ୍ରତ୍ୟେକ ଥର ସ୍ଥିତି ଯାଞ୍ଚ କରିବା ମଧ୍ୟରେ ଅତି କମରେ ୯୦ ସେକେଣ୍ଡର ବ୍ୟବଧାନ ରଖିବା ମଧ୍ୟ ଆବଶ୍ୟକ ହେବ। ଏହି ନିୟମ ସର୍ଭର ଉପରେ ଲୋଡ୍ ହ୍ରାସ କରିବାରେ ଏବଂ କାରବାରର ପ୍ରତ୍ୟାବର୍ତ୍ତନ କିମ୍ବା ପୁନଃପ୍ରୟାସର ସଫଳତା ହାର ବୃଦ୍ଧି କରିବାରେ ସାହାଯ୍ୟ କରିବ।
ବ୍ୟାଙ୍କ ଏବଂ ଆପ୍ ପାଇଁ କଡ଼ା ନିର୍ଦ୍ଦେଶ
ଏହି ସୀମା ବ୍ୟତୀ NPCI ସମସ୍ତ ବ୍ୟାଙ୍କ ଏବଂ ପେମେଣ୍ଟ ସେବା ପ୍ରଦାନକାରୀ (PSPs) ଙ୍କୁ API ବ୍ୟବହାର ଉପରେ ନଜର ରଖିବା ଏବଂ ନିୟନ୍ତ୍ରଣ କରିବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛି ଯାହା ଦ୍ଵାରା ସିଷ୍ଟମରେ କୌଣସି ବିଭ୍ରାଟ ନହୁଏ। ନିୟମ ପାଳନ ନ କରିବା ଦ୍ଵାରା API ପ୍ରବେଶ ଉପରେ ପ୍ରତିବନ୍ଧକ, ନୂତନ ବ୍ୟବହାରକାରୀଙ୍କୁ ଯୋଡିବା ଉପରେ ପ୍ରତିବନ୍ଧକ କିମ୍ବା ଜରିମାନା ମଧ୍ୟ ହୋଇପାରେ।