Prayagraj Purna Kumbh 2025: ୧୨ ବର୍ଷ ପରେ ପୁଣିଥରେ ପ୍ରୟାଗରାଜ ଠାରେ ହେବ ପୂର୍ଣ୍ଣକୁମ୍ଭ; ଅଂଶଗ୍ରହଣ କରିବେ ୬ କୋଟି ଲୋକ
Prayagraj Purna Kumbh Mela: ପ୍ରତି ୧୨ ବର୍ଷରେ ଥରେ ଆୟୋଜିତ ହେଉଥିବା ପୂର୍ଣ୍ଣକୁମ୍ଭ ମେଳା ଆସନ୍ତା ୨୦୨୫ ବର୍ଷରେ ପ୍ରୟାଗରାଜ ତ୍ରିବେଣୀ ଘାଟ ଠାରେ ଅନୁଷ୍ଠିତ ହେବ। ଏନେଇ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି।
Purna Kumbh Mela 2025: ପ୍ରତି ୧୨ ବର୍ଷରେ ଥରେ ଆୟୋଜିତ ହେଉଥିବା ପୂର୍ଣ୍ଣକୁମ୍ଭ ମେଳା ଆସନ୍ତା ୨୦୨୫ ବର୍ଷରେ ଉତ୍ତର ପ୍ରଦେଶ ପ୍ରୟାଗରାଜ ଜିଲ୍ଲାର ତ୍ରିବେଣୀ ଘାଟ ଠାରେ ଅନୁଷ୍ଠିତ ହେବ। ଏଥର ମହାକୁମ୍ଭ ମେଳା ଅନୁଷ୍ଠିତ ହେବ। ଯାହା ମୋଟ ୪୫ ଦିନ ପର୍ଯ୍ୟନ୍ତ ଚାଲିବ। ଆସନ୍ତା କୁମ୍ଭ ମେଳା ୨୦୨୫ ଜାନୁୟାରୀ ୧୩ ତାରିଖରୁ ଆରମ୍ଭ ହେବ। ଯାହା ୨୦୨୫ ଫେବୃଆରୀ ୨୬ ତାରିଖରେ ଶେଷ ହେବ। ଏହି ସମୟ ମଧ୍ୟରେ ପ୍ରାୟ ୬ କୋଟିରୁ ଅଧିକ ଭକ୍ତ କୁମ୍ଭ ମେଳାରେ ଯୋଗଦେବାର ସମ୍ଭାବନା ରହିଛି। ସେମାନଙ୍କୁ ମଧ୍ୟରୁ ୪୦ ଲକ୍ଷ ଭକ୍ତ ରାଜକୀୟ ସ୍ନାନରେ ଭାଗ ନେବାକୁ ପ୍ରୟାଗରାଜ ଠାରେ ପହଞ୍ଚିବେ। ଯେଉଁଠି ୪୦ ଲକ୍ଷ ଭକ୍ତ କଳ୍ପବାସୀ ତମ୍ବୁରେ ରହିବାକୁ ଆସିପାରନ୍ତି।
ଗତ ୨୦୧୩ ବର୍ଷରେ ହୋଇଥିଲା ପୂର୍ଣ୍ଣକୁମ୍ଭ
ଗତ ୨୦୧୩ ବର୍ଷରେ ଉତ୍ତର ପ୍ରଦେଶ (Uttar Pradesh) ପ୍ରୟାଗରାଜ ଜିଲ୍ଲାର (Prayagraj District) ତ୍ରିବେଣୀ ଘାଟ (Prayagraj Triveni Sangam) ଠାରେ ଅନୁଷ୍ଠିତ ହୋଇଥିଲା ପୂର୍ଣ୍ଣକୁମ୍ଭ (Prayagraj Purna Kumbh Mela 2025)। ବର୍ତ୍ତମାନ ଏହାର ୧୨ ବର୍ଷ ପରେ ଆସନ୍ତା ୨୦୨୫ ବର୍ଷରେ ପୁନର୍ବାର ପୂର୍ଣ୍ଣକୁମ୍ଭ ଫେରି ଆସୁଛି। ଏହାକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ସରକାରଙ୍କ (Uttar Pradesh Govt) ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ବହୁ ସଂଖ୍ୟାରେ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ (UP CM Yogi Adityanath) ସରକାର ମେଳା ଅଞ୍ଚଳରେ ROB, ବ୍ରିଜ୍, ରୋପ୍ ୱେ ଏବଂ ପିପା ବ୍ରିଜ୍ ସମେତ ବିଭିନ୍ନ ନିର୍ମାଣ କାର୍ଯ୍ୟ ଶେଷ କରିବା କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହା ସହିତ ମେଳାରେ ଯୋଗ ଦେବାକୁ ଆସୁଥିବା ଭିଆଇପି ଏବଂ ସାଧାରଣ ଭକ୍ତଙ୍କ ରହଣୀ ବ୍ୟବସ୍ଥା ଉପରେ ମଧ୍ୟ ଧ୍ୟାନ ଦିଆଯାଉଛି।
ପ୍ରୟାଗରାଜ ଜିଲ୍ଲାରେ ଆରମ୍ଭ ହୋଇଥିଲା ବିକାଶ କାର୍ଯ୍ୟ
ଉତ୍ତର ପ୍ରଦେଶ କ୍ଷମତାସୀନ ଯୋଗୀ ସରକାର ଆସନ୍ତା ୨୦୨୫ ମହାକୁମ୍ଭ ମେଳାକୁ ରାଜ୍ୟର ଅଗ୍ରଗତି ପ୍ରଦର୍ଶନ କରିବାର ଏକ ସୁଯୋଗ ଭାବରେ ଦେଖୁଛନ୍ତି। ଏହାକୁ ଧ୍ୟାନରେ ରଖି ଏଭଳି ପ୍ରସ୍ତୁତି ଚାଲିଛି ଯାହାଦ୍ୱାରା ପୂର୍ଣ୍ଣକୁମ୍ଭ ମେଳାରେ ଅଂଶଗ୍ରହଣ କରିବାକୁ ଉତ୍ତର ପ୍ରଦେଶ ଆସୁଥିବା ଲୋକ ଏଥର ଏକ ମଧୁର ଅନୁଭୂତି ସହିତ ଫେରିବେ। ଏନେଇ କୁମ୍ଭ ମେଳା ସ୍ଥାନରେ ଏକ ଡିଜିଟାଲ ସଂଗ୍ରହାଳୟ (Kumbh Mela Digital Museum Uttar Pradesh) ନିର୍ମାଣ କରାଯିବ। ଡ୍ରୋନ୍ ମାଧ୍ୟମରେ ସୁରକ୍ଷା ସୁନିଶ୍ଚିତ ହେବ। ଭକ୍ତଙ୍କ ପାଇଁ ଜଳ ଯୋଗାଣ ସହ ଏବଂ ଶୌଚାଳୟ ଲାଇନ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି।
ବିକାଶ ପାଇଁ ୩ ହଜାର କୋଟି ଟଙ୍କାର ପାଣ୍ଠି ଦେଲେ ଯୋଗୀ ସରକାର
ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ, ପ୍ରୟାଗରାଜ ପୂର୍ଣ୍ଣକୁମ୍ଭ ମେଳା ସହ ଜଡ଼ିତ କାର୍ଯ୍ୟ କରିବା ପାଇଁ ବହୁ ପରିମାଣରେ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ଏନେଇ ୨ ହଜାର କୋଟି ଟଙ୍କାର ପାଣ୍ଠି ମଧ୍ୟ ଜାରି ହୋଇଛି। ସେହିପରି ଗତ ୧୩ ତାରିଖରେ ଆଉ ହଜାରେ କୋଟି ଟଙ୍କାର ପାଣ୍ଠି ଜାରି ହଇସାରିଛି। ଏହି ଆର୍ଥିକ ସହାୟତା ରାଶି ଉତ୍ତର ପ୍ରଦେଶ ସରକାର ମେଳା ପ୍ରାଧିକରଣ କର୍ତ୍ତୃପକ୍ଷଙ୍କୁ (Kumbh Mela Authority Uttar Pradesh) ପ୍ରଦାନ କରିଛନ୍ତି। ଏହି ଅର୍ଥ ସହିତ ପୂର୍ଣ୍ଣକୁମ୍ଭ ମେଳା କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ କାର୍ଯ୍ୟ କରାଯିବ। ଏହା ସହିତ ପୂର୍ଣ୍ଣକୁମ୍ଭ ମେଳାର ବିକାଶ କାର୍ଯ୍ୟର ନିୟମିତ ସମୀକ୍ଷା ମଧ୍ୟ ଆରମ୍ଭ ହୋଇଯାଇଛି।