Varsha Priyadarshini: ଏହାକୁ ନେଇ ଏକ ଲାଇଭ୍ ଭିଡିଓ ସାମ୍ନାକୁ ଆସିଥିଲା ଯେଉଁଠି ଅନୁଭବ ୨୦୧୯ ର ସ୍ୱାଗତ କରିବା ସହ ନିଜ ଶୁଭେଚ୍ଛୁଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଆଉ ପତ୍ନୀ ବର୍ଷାଙ୍କ ପାଇଁ ସେ ସୁସ୍ଥ ହୋଇପାରିଲେ ବୋଲି ଦର୍ଶାଇଥିଲେ ।
Trending Photos
)
Varsha Priyadarshini: ଏବେ ରାଜ୍ୟରେ ସୁପରଷ୍ଟାର ଅନୁଭବ ମହାନ୍ତି ଓ ଜାଗ୍ରତିଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦିଲ୍ଲୀରେ ହାତକୁ ଦି-ହାତ ହେବା ପରେ ଓଡ଼ିଶାରେ ପହଞ୍ଚିଛନ୍ତି ନବଦମ୍ପତି । ତେବେ ନିର୍ବନ୍ଧ ପରଠୁ ବିବାହ ପର୍ଯ୍ୟନ୍ତ ଅନୁଭବ ଜାଗ୍ରତିଙ୍କୁ ସୋସିଆଲ ମିଡିଆରେ ଅନେକ ଶୁଭେଚ୍ଛା ମିଳିବା ସହ ଅନେକ ଟ୍ରୋଲର ମଧ୍ୟ ଶିକାର ହେବାକୁ ପଡୁଛି। ଅନୁଭବ ଓ ଜାଗ୍ରତିଙ୍କ ବିବାହକୁ ନେଇ ସୋସିଆଲ ମିଡିଆରେ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ହେଲେ ଏନେଇ ପୂର୍ବତନ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ କୌଣସି ପ୍ରକାରର ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ। କେବଳ ଯେ, ଅନୁଭବ ଓ ଜାଗ୍ରତିଙ୍କୁ ନେଇ ସୋସିଆଲ ମିଡିଆରେ ଝଡ଼ ଉଠିନି ବରଂ ବର୍ଷାଙ୍କର ଅନେକ ପୁରୁଣା ଭିଡିଓକୁ ନେଇ ମଧ୍ୟ ଟ୍ରୋଲ କରାଯାଇଛି।
ସୋସିଆଲ ମିଡିଆରେ କିଛି ୟୁଟ୍ୟୁବର ବର୍ଷା ପ୍ରିୟଦର୍ଶିନୀ ଦେଇଥିବା ବହୁ ବର୍ଷ ତଳର ଷ୍ଟେଟମେଣ୍ଟକୁ ନେଇ ତର୍ଜମା କରିଛନ୍ତି । ସୂଚନାନୁସାରେ, ୨୦୧୭ ମସିହାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ରାଜ୍ୟର ଏକ ପ୍ରତିଷ୍ଠିତ ଚ୍ୟାନେଲର ଏକ ଟକ୍ ସୋରେ ଯୋଗଦେଇଥିଲେ । ସେଥିରେ ଉପସ୍ଥାପିକା ତାଙ୍କୁ ଏକ ପ୍ରଶ୍ନ ପଚାରିଥିଲେ- ପ୍ରଶ୍ନଟି ଥିଲା ନେତା ଅନୁଭବ, ଅଭିନେତା ଅନୁଭବ ନା ହଜବ୍ୟାଣ୍ଡ ଅନୁଭବଙ୍କୁ ଭଲ ପାଆନ୍ତି । ଆଉ ଏହି ପ୍ରଶ୍ନରେ ବର୍ଷା ପ୍ରିୟଦର୍ଶିନୀ କିଛି ଏମିତି ଉତ୍ତର ରଖିଥିଲେ- ଉତ୍ତର ଥିଲା, As a Friend He Is Wonderfull, ବହୁତ ଭଲ ଆଣ୍ଡ୍ ତାଙ୍କର ସେ କେବେ ମୋ ପାଇଁ ମୋ ବାପା, ମୋ ମା, ସେ କେବେ ମୋର ଗୋଟେ ଫ୍ରେଣ୍ଡ, ସେ ମୋ ପାଇଁ ଗାଇଡ୍, ମୋ ପାଇଁ କେବେ ସେ ଗୋଟେ ଡିରେକ୍ଟର, ତାଙ୍କର ବହୁତ ରୂପ ଅଛି ମୋ ଲାଇଫରେ ଆଣ୍ଡ ସବୁ ରୂପକୁ ମୁଁ ଭଲପାଏ । ଏକଥା ଆମେ ନୁହେଁ ବର୍ଷା ପ୍ରିୟଦର୍ଶିନୀ ନିଜେ ଏ କଥା କହିଥିଲେ ।
ତେବେ ସୋସିଆଲି ମିଡିଆରେ ଅନେକ ୟୁଟ୍ୟୁବର ଏହି କଥାକୁ ନେଇ ଅଭିନେତ୍ରୀଙ୍କୁ ଟ୍ରୋଲ କରିଛନ୍ତି କି ଜଣ ନାରୀ ପରଦା ଉପରେ ଅନୁଭବଙ୍କୁ ସ୍ୱାମୀ ବୋଲି କହିବାକୁ ଇଚ୍ଛା ପ୍ରକାଶ କରୁନଥିଲେ । ଏହାର କାରଣ କଣ ବୋଲି ଏବେ ବେଶ୍ ଭାଇରାଲ ହେଉଛି । ଏହାସହ ଆଉଗୋଟେ ଭିଡିଓ ମଧ୍ୟ ବେଶ୍ ଭାଇରାଲ ହେବାରେ ଲାଗିଛି ଯେଉଁ ଭିଡିଓ ଟି ୨୦୧୯ ର । ଅର୍ଥାତ୍ ୨୦୧୮ ମସିହାରେ ଅନୁଭବ ନିଜ ଗୋଡରେ ଆଘାତ ପାଇଥିଲେ। କିଛି ଦିନ ତାଙ୍କୁ ବେଡ୍ ରେଷ୍ଟ କରିବାକୁ କୁହାଯାଇଥିଲା । ସେପଟେ ଅନେକ ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା ଯେଉଁଠି ବର୍ଷା ଜଣେ ପତ୍ନୀ ଭାବେ ଅନୁଭବଙ୍କ ସବୁ ସେବା କରିଥିଲେ । ଠିକ୍ ୨୦୧୮ ଡିସେମ୍ବର ୩୧ ରାତିରେ ଜିରୋ ନାଇଟ ସେଲିବ୍ରେସନ ଚାଲିଥିଲା ।
ଓଲିଉଡର ଏହ ପାୱାରଫୁଲ କପଲ ଅନ୍ୟ ଲୋକଙ୍କ ପରି ୨୦୧୯କୁ ସ୍ୱାଗତ କରୁଥିଲେ । ଏହାକୁ ନେଇ ଏକ ଲାଇଭ୍ ଭିଡିଓ ସାମ୍ନାକୁ ଆସିଥିଲା ଯେଉଁଠି ଅନୁଭବ ୨୦୧୯ ର ସ୍ୱାଗତ କରିବା ସହ ନିଜ ଶୁଭେଚ୍ଛୁଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଆଉ ପତ୍ନୀ ବର୍ଷାଙ୍କ ପାଇଁ ସେ ସୁସ୍ଥ ହୋଇପାରିଲେ ବୋଲି ଦର୍ଶାଇଥିଲେ । ଏହି ସମୟରେ ସ୍ୱାମୀ ଅନୁଭବ ବର୍ଷାଙ୍କୁ ଥ୍ୟାଙ୍କସ ଆଣ୍ଡ୍ I love You ବୋଲି କହିଥିଲେ ହେଲେ ବର୍ଷା ସେତିକି ବେଳେ I love You ରିପ୍ଲାଏରେ GOD Bless You ବୋଲି କହିଥିଲେ । ଯାହାର ଭିଡିଓ ଭାଇରାଲ ହେଉଥିବା ବେଳେ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି।
Also See Video: ଥମୁନି ଅନୁଭବ-ଜାଗ୍ରତିଙ୍କ ବାହାଘର ଚର୍ଚ୍ଚା, ସୋସିଆଲ ମିଡିଆରେ ଭାଇରାଲ ହେଲା ବର୍ଷାଙ୍କ ଭିଡିଓ
Also Read: ORMAS Job Recruitment: ଓଡ଼ିଶା ଓରମାସରେ ବାହାରିଲା ବମ୍ପର ନିଯୁକ୍ତି, ଶୀଘ୍ର କରନ୍ତୁ ଆବେଦନ