)
ଭୁବନେଶ୍ୱର: ଆଉ ଏକ ମାସ ପରେ ଭାରତର ପ୍ରଧାନ ବିଚାରପତିଙ୍କ କାର୍ଯ୍ୟକାଳ ଶେଷ ହେଉଛି। ୫୨ତମ ପ୍ରଧାନ ବିଚାରପତି ଭାବେ ସେ ମେ’ ୧୪ ତାରିଖରେ ନିଯୁକ୍ତ ହୋଇଥିଲେ। ସୁପ୍ରିମକୋର୍ଟଙ୍କ ପରମ୍ପରା ଅନୁସାରେ କଲିଜିୟମର ସବୁଠାରୁ ବରିଷ୍ଠ ଜଜ୍ଙ୍କୁ ପ୍ରଧାନ ବିଚାରପତି ହେବାର ସୁଯୋଗ ମିଳିଥାଏ। କିନ୍ତୁ ଏଥିଲାଗି ପ୍ରଅଧାନବତଚାରପତି ସରକାରଙ୍କୁ ସୁପାରିସ କରିବା ଆବଶ୍ୟକ ରହିଛି। ଏହିକ୍ରମରେ ଭାରତର ୫୩ ତମ ପ୍ରଧାନବିଚାରପତି କିଏ ହେବେ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।
ବ୍ୟବସ୍ଥା ଅନୁସାରେ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟକାଳ ଶେଷ ପୂର୍ବରୁ ସେ କେନ୍ଦ୍ର ସରକାରଙ୍କୁ ନିଜ ଉତ୍ତରାଧିକାରୀଙ୍କ ନାଁ ପଠାଇଥାଆନ୍ତି। ଏହାକୁ ଅଧିକ ସହଜ କରିବା ପାଇଁ କେନ୍ଦ୍ର ଆଇନ ବିଭାଗ ପ୍ରଧାନବିଚାରପତିଙ୍କ ଅବସରର ଠିକ୍ ୧ ମାସ ପୂର୍ବରୁ ତାଙ୍କ ଉତ୍ତରାଧିକାରୀଙ୍କ ନାଁ ପଠାଇବା ପେଇଁ ଅନୁରୋଧ କରିଥାଆନ୍ତି। ଏହି ଚିଠି ଆଜି ଆଇନ ବିଭାଗ ପକ୍ଷରୁ ପଠାଯିବ। ଏହି ଚିଠିର ଉତ୍ତରରେ ଜଷ୍ଟିସ ଭୂଷଣ ରାମକୃଷ୍ଣ ଗବାଇ ତାଙ୍କ ଉତ୍ତରାଧିକାରୀଙ୍କ ନାଁ ପ୍ରଦାନ କରିବେ।
ଏବେ ସୁପ୍ରିମକୋର୍ଟ କଲିଜି୍ୟମରେ ବରିଷ୍ଠ ବିଚାରପତି ଭାବେ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ନାଁ ରହିଛି। ଏଣୁ ତାଙ୍କ ନାଁକୁ ପ୍ରଧାନବିଚାରପତି ସୁପାରିସ କରିପାରନ୍ତି। ୧୯୬୨ରେ ଜନ୍ମିତ ସୂର୍ଯ୍ୟକାନ୍ତ ଶର୍ମା ବିଚାରପତି ଭାବେ ଯୋଗ ଦେବା ପୂର୍ବରୁ ହିମାଚଳ ପ୍ରଦେଶର ମୁଖ୍ୟ ବିଚାରପତି ଥିଲେ। ଏହା ପୂର୍ବରୁ ପଞ୍ଜାବ ହରିୟାଣା ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରିଛନ୍ତି। ହରିୟାଣାର ହିସାର ନିବାସୀ ଜଷ୍ଟିସ୍ ସୂର୍ଯ୍ୟକାନ୍ତ କୁକୁକ୍ଷେତ୍ର ବିଶ୍ୱବିଦ୍ୟାଳୟର ଆଇନ ଛାତ୍ର ଭାବେ ସର୍ବୋତ୍ତମ ପ୍ରଦର୍ଶନ କରିଥିଲେ। ହରିୟାଣା ସରକାରଙ୍କ ଆଡଭୋକେଟ ଜେନେରାଲ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ଜଷ୍ଟିସ ଶର୍ମା। ଯଦି ସରକାର ବରିଷ୍ଠତା ଆଧାରରେ ନିଯୁକ୍ତି ଦିଅନ୍ତି ତେବେ ଜଷ୍ଟିସ ସୂର୍ଯ୍ୟକାନ୍ତ ଶର୍ବା ଭାରତର ୫୩ତମ ପ୍ରଧାନ ବିଚାରପତି ହୋଇପାନ୍ତି।