Savitri Vrata: ସ୍ୱାମୀଙ୍କ ଦୀର୍ଘାୟୁ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରି ମହିଳା ମାନେ ଏହି ବ୍ରତ ପାଳନ କରିଥାନ୍ତି । ଓଡ଼ିଶା ଏବଂ ଭାରତ ସମେତ ଅନ୍ୟ କିଛି ସ୍ଥାନରେ ସଧବା ମାନେ ଏହି ପର୍ବ ପାଳନ କରିଥାନ୍ତି ।ଏହି ପ ନର୍ବଟି ସାଧାରଣତଃ ମେ ରୁ ଜୁନ ମାସ ଭିତରେ ପଡ଼ିଥାଏ।ଏହି ସାବିତ୍ରୀ ମାସରେ ଗାଁ ଠୁ ସହର ଫଳ ବେଶ୍ ଚଳଚଞ୍ଚଳ ରହିଥାଏ।ସାବିତ୍ରୀ ପୂଜା ପାଇଁ ସକାଳୁ ସକାଳୁ ବିଭିନ୍ନ ମନ୍ଦିରରେ ଦେଖିବା ପାଇଁ ମିଳିଥାଏ।
Trending Photos
Savitri Vrata: (Darshini) ଆଜି ହେଉଛି ସାବିତ୍ରୀ ଅମାବାସ୍ୟା । ସ୍ୱାମୀଙ୍କ ଦୀର୍ଘାୟୁ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରି ମହିଳା ମାନେ ଏହି ବ୍ରତ ପାଳନ କରିଥାନ୍ତି । ଓଡ଼ିଶା ଏବଂ ଭାରତ ସମେତ ଅନ୍ୟ କିଛି ସ୍ଥାନରେ ସଧବା ମାନେ ଏହି ପର୍ବ ପାଳନ କରିଥାନ୍ତି ।ଏହି ପ ନର୍ବଟି ସାଧାରଣତଃ ମେ ରୁ ଜୁନ ମାସ ଭିତରେ ପଡ଼ିଥାଏ।ଏହି ସାବିତ୍ରୀ ମାସରେ ଗାଁ ଠୁ ସହର ଫଳ ବେଶ୍ ଚଳଚଞ୍ଚଳ ରହିଥାଏ।ସାବିତ୍ରୀ ପୂଜା ପାଇଁ ସକାଳୁ ସକାଳୁ ବିଭିନ୍ନ ମନ୍ଦିରରେ ଦେଖିବା ପାଇଁ ମିଳିଥାଏ।
ସାବିତ୍ରୀ ବିବାହିତ ମହିଳା ମାନଙ୍କର ଶ୍ରେଷ୍ଠ ବ୍ରତ । ସ୍ୱାମୀଙ୍କର ଉତ୍ତମ ସ୍ୱାସ୍ଥ୍ୟ, ନିରାମୟ ଜୀବନ ଓ ଦୀର୍ଘ ଜୀବନ କାମନା କରି ଜ୍ୟେଷ୍ଠ ଅମାବାସ୍ୟାରେ ନିଷ୍ଠାର ସହ ଏହି ବ୍ରତ ପାଳନ କରିଥାନ୍ତି ପ୍ରତ୍ୟେକ ମହିଳା । ଏହି ଦିନ ମହିଳା ମାନେ ନୂଆ ଶାଢୀ, ସଙ୍ଖା, ସିନ୍ଦୁର, ଫଳମୂଳ ଆଦି ନେଇ ମନ୍ଦିରରେ ବା ଘରେ ମଧ୍ୟ ପୂଜାର୍ଚ୍ଚନା କରିଥାନ୍ତି । ତେବେ ସାବିତ୍ରୀ ପୂଜାରେ ୯ ବା ୧୧ ପ୍ରକାରରେ ଫଳମୂଳ ପୂଜାରେ ଲାଗିଥାଏ ।
ପୁରୁଣାରେ ଅନୁସାରେ ରାଜା ଦ୍ୱିମୋତ ସେନଙ୍କର ପୁତ୍ର ସତ୍ୟବାନଙ୍କର ପତ୍ନୀ ସାବିତ୍ରୀଙ୍କର ଏକାଗ୍ରତା, ପବିତ୍ରତା, ଧର୍ମ ଆଗରେ ହାର୍ ମାନି ଯାଇଥିଲେ ଯମରାଜା । କଠୋର ତପସ୍ୟା ଓ ପୂଜାର୍ଚ୍ଚନା କରି ସାବିତ୍ରୀ ନିଜ ସ୍ୱାମୀ ସତ୍ୟବାନଙ୍କୁ ମୃତ୍ୟୁମୁଖରୁ ଫେରାଇ ଆଣିଥିଲେ । ତେଣୁ ଜ୍ୟେଷ୍ଠ ଅମାବାସ୍ୟା ଦିନ ସଧବା ସ୍ତ୍ରୀ ମାଆ ସାବିତ୍ରୀଙ୍କ ନିକଟରେ ପୂଜାର୍ଚ୍ଚାନା କରିଥାନ୍ତି ।