Winter Food: ଶୀତ ଦିନେ ଏହି ସବୁ ଖାଦ୍ୟ ବଢାଏ ଶରୀରର ତାପମାତ୍ରା
Advertisement

Winter Food: ଶୀତ ଦିନେ ଏହି ସବୁ ଖାଦ୍ୟ ବଢାଏ ଶରୀରର ତାପମାତ୍ରା

ଶୀତ ଦିନରେ ବହୁ ପ୍ରକାରର ଶାଗ ମଧ୍ୟ ମିଳିଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। 

Winter Food:  ଶୀତ ଦିନେ ଏହି ସବୁ ଖାଦ୍ୟ ବଢାଏ ଶରୀରର ତାପମାତ୍ରା

Winter Food: ଦେଶରେ ପାଦ ଥାପିଲାଣି ଶୀତ। ଏହି ଦିନରେ ବେଶ ଶସ୍ତା ହୋଇଥାଏ ଭଳି କି ଭଳି ପରିବା। ବିଭିନ୍ନ ପ୍ରକାର ପରିବା, ଶାଗ ଆଦି ମନକୁ ଛୁଇଁଥାଏ। ସେଥିପାଇଁ ଶୀତ ଦିନକୁ ଖାଇବା ଦିନ ବୋଲି ମଧ୍ୟ କେହି କେହି କହିଥାନ୍ତି। ଦେଶର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପରିବାର ସ୍ୱତନ୍ତ୍ରତା ରହିଛି। ଶୀତ ଦିନରେ ବହୁ ପ୍ରକାରର ଶାଗ ମଧ୍ୟ ମିଳିଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। 

କାଶ୍ମିରୀ ପୁଲାଉ: କାଶ୍ମୀରକୁ ଦେଶର ସ୍ୱର୍ଗର ବୋଲି କୁହାଯାଏ। କାଶ୍ମୀରରେ ପାଣିପାଗ ସବୁବେଳେ ଥଣ୍ଡା ରହେ। ଏଠାକାର ସ୍ୱତନ୍ତ୍ର ଖାଦ୍ୟ ମଧ୍ୟରେ କାଶ୍ମିରୀ ପୁଲାଉ ଅନ୍ୟତମ। ତେବେ ସାଧାରଣ ପୁଲାଉ ଠାରୁ ଏହାର ସ୍ୱାଦ ଟିକିଏ ଭିନ୍ନ। ଏଥିରେ ଅଳ୍ପ ମାତ୍ରା ଚିନି ପଡିଥାଏ ଯେଉଁଥିପାଇଁ ଏହି ପୁଲାଉ ସାମାନ୍ୟ ମିଠା ଲାଗିଥାଏ। ଏଥିରେ ସମସ୍ତ ପ୍ରକାର ଡ୍ରାଏ ଫ୍ରୁଟ ଏବଂ କିଛି ଫଳ ମଧ୍ୟ ପଡି ତିଆରି ହୋଇଥାଏ। ଯାହା ଫଳରେ ଏହା ଶରୀରକୁ ଗରମ ପ୍ରଦାନ କରିଥାଏ।

ବାଜରା ରୁଟି: ବାଜରା ଗ୍ଲୁଟେନ ମୁକ୍ତ ହୋଇଥାଏ। ସେଥିପାଇଁ ଶୀତ ଦିନରେ ବାଜରା ରୁଟିର ଚାହିଦା ଅଧିକ। ଏହି ରୁଟିକୁ ଯେକୌଣସି ତରକାରୀ ସଂଗେ ଖିଆ ଯାଇପାରିବ। ଏହି ରୁଟି ଗରମ ଗରମ ଖାଇବାରେ ଯେମିତି ସ୍ୱାଦିଷ୍ଟ ଲାଗିଥାଏ ହାଣ୍ଡା ଖାଇଲେ ମଧ୍ୟ ସ୍ୱାଦିଷ୍ଟ ଲାଗିଥାଏ। ହରିୟାଣା, ରାଜସ୍ଥାନ, ପଞ୍ଜାବ, ମଧ୍ୟପ୍ରଦେଶ, ଗୁଜରାଟରେ ଲୋକେ ବାଜରା ରୁଟି ବହୁତ ପସନ୍ଦ କରନ୍ତି।

ଶାଗ ପନିର: ଶାଗ ଖାଇବାକୁ ବହୁତ ଲୋକ ଭଲ ପାଆନ୍ତି। ତେବେ ଶୀତ ଦିନରେ ବହୁ ପ୍ରକାର ଶାଗ ମିଳିଥାଏ। ସେଠି ମଧ୍ୟରୁ ପାଳଙ୍ଗ ଅନ୍ୟତମ। ପାଳଙ୍ଗ ଶାଗ ଖାଇବାକୁ ଯେମିତି ସ୍ୱାଦିଷ୍ଟ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ। ଶାଗକୁ ଆହୁରି ହେଲଦି କରିବାକୁ ହେଲେ ପାଳଙ୍ଗ ଶାଗରେ ପନିର ମିଶାଇ ଆପଣ ପାଲକ ପନିର ପ୍ରସ୍ତୁତ କରିପାରିବେ। ଏହା କେବଳ ଶୀତ ଦିନରେ ହିଁ ରୋଷେଇ ହୋଇପାରିବ ଏବଂ ଏହା ସ୍ୱାସ୍ଥ୍ୟକର ମଧ୍ୟ।

ଚଣା ଶାଗ: ମଧ୍ୟ ପ୍ରଦେଶରେ ଶୀତ ଦିନରେ ଚାଉଳରେ ତିଆରି ରୁଟି ସାଙ୍ଗକୁ ଚଣା ଶାଗ ବହୁତ ପ୍ରସିଦ୍ଧ। ଚଣା ଶାଗ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭବାନ ପ୍ରମାଣିତ ହୋଇଥାଏ।

ଗାଜର ହାଲୱା: ରାଜସ୍ଥାନ ଲୋକ ଶୀତ ଦିନରେ ଅଧିକ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇଥାନ୍ତି। ତେଣୁ ସେମାନେ ଗାଜର ହାଲୱା ଖାଇବା ପସନ୍ଦ କରିଥାନ୍ତି।

ସାକରକନ୍ଦା କ୍ଷୀରି: ଶୀତ ଦିନରେ ରାବିଡି, ଜିଲାପି, କ୍ଷୀରି ଆଦି ଖାଇବାକୁ ଲୋକେ ପସନ୍ଦ କରିଥାନ୍ତି। ଶୀତ ଦିନରେ ସାକରକନ୍ଦା ମିଳିଥାଏ। ଏଥିରେ ଚାଟ, କ୍ଷୀରି ତଥା ରାବିଡି ପ୍ରସ୍ତୁତ କରାଯାଇଥାଏ। ଏଥିରେ ପ୍ରଚୁର ପରିମାଣରେ ଫାଇବର, ଭିଟାମିନ-ଏ ଏବଂ ଭିଟାମିନ-ସି, ମ୍ୟାଗନେସିୟମ, କ୍ୟାଲସିୟମ ରହିଛି ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ।

ଚାରୁ: ଶୀତରେ ଚାରୁ ଶରୀରକୁ ତୁରନ୍ତ ଉଷ୍ମତା ପ୍ରଦାନ କରିଥାଏ। ସ୍ୱାଦରେ ଏହା ଟିକେ ଖଟା ଏବଂ ରାଗ। ଶୀତ ଦିନରେ ଥଣ୍ଡାରୁ ମୁକ୍ତି ପାଇଁ ଏହା ସର୍ବୋତମ ଘରୋଇ ଉପଚାର। ଏଥିରେ ଜିରା, ରସୁଣ, ଗୋଲ ମରିଚ ଏବଂ ହଳଦୀ ପଡ଼ିଥିବାରୁ ଏହା ଥଣ୍ଡାରୁ ମୁକ୍ତି ଦେଇଥାଏ।