ଆସିଲା ଆପାଚିର ନୂଆ ଭାରିଏଣ୍ଟ
Advertisement

ଆସିଲା ଆପାଚିର ନୂଆ ଭାରିଏଣ୍ଟ

ଅଗ୍ରଣୀ ମୋଟର ବାଇକ ନିର୍ମାଣ କମ୍ପାନୀ ଟିଭିଏସ୍ ମୋଟର୍ସ ଭାରତରେ ଲଞ୍ଚ କଲା ତାର ପପୁଲାର ବାଇକ apache RTR 200 4vର ନୂଆ ଇଡିସନ୍  । SmartXonnect ଟେକ୍ନୋଲୋଜିରେ ଲେସ୍ ଥିବା ଏହି ବାଇକର ଏକ୍ସ-ଶୋରୁମ ଦାମ ୧.୧୪ ଲକ୍ଷ ଟଙ୍କା ରହିଛି । 

  • ଭାରତରେ ଲଞ୍ଚ କଲା ତାର ପପୁଲାର ବାଇକ apache RTR 200 4vର ନୂଆ ଇଡିସନ୍
  • ବାଇକର ଏକ୍ସ-ଶୋରୁମ ଦାମ ରହିଛି ୧.୧୪ ଲକ୍ଷ ଟଙ୍କା । 
  • ବାଇକର ସବୁଠାରୁ ସ୍ୱତନ୍ତ୍ର ଆକର୍ଷଣ ହେଉଛି ଏହାର ବ୍ଲୁ ଟୁଥ୍  କନେକ୍ଟିଭିଟି
  • ଗାଡି ଦୁର୍ଘଟଣାଗ୍ରସ୍ଥ ହୋଇଥିଲେ ତାହା ଏମରଜେନ୍ସୀ ନମ୍ବରକୁ ଅଟୋ ଡାଏଲ ହେବ
  •  

Trending Photos

ଆସିଲା ଆପାଚିର ନୂଆ ଭାରିଏଣ୍ଟ
ନୂଆଦିଲ୍ଲୀ:ଅଗ୍ରଣୀ ମୋଟର ବାଇକ ନିର୍ମାଣ କମ୍ପାନୀ ଟିଭିଏସ୍ ମୋଟର୍ସ ଭାରତରେ ଲଞ୍ଚ କଲା ତାର ପପୁଲାର ବାଇକ apache RTR 200 4vର ନୂଆ ଇଡିସନ୍  । SmartXonnect ଟେକ୍ନୋଲୋଜିରେ ଲେସ୍ ଥିବା ଏହି ବାଇକର ଏକ୍ସ-ଶୋରୁମ ଦାମ ୧.୧୪ ଲକ୍ଷ ଟଙ୍କା ରହିଛି । 
 
କାରବୋରେଟର ଏବଂ ଡ୍ୟୁଅଲ-ଚ୍ୟାନେଲ ଏବିଏସ୍  ସିଷ୍ଟମ ସହିତ ଆସିଥିବା ଏହି ବାଇକର ସବୁଠାରୁ ସ୍ୱତନ୍ତ୍ର ଆକର୍ଷଣ ହେଉଛି ଏହାର ବ୍ଲୁ ଟୁଥ୍  କନେକ୍ଟିଭିଟି । SmartXonnect ନାମକ ମୋବାଇଲ ଆପ୍  ସାହାଯ୍ୟରେ ରାଇଡରକୁ ଫୋନର ଡିସପ୍ଲେ ଉପରେ ମୋଟରସାଇକେଲ ସହିତ ଜଡିତ ସମସ୍ତ ସୂଚନା ମିଳିପାରିବ। ଆସନ୍ତୁ ଜାଣିବା ଏଥିରେ ଆଉ କଣ କଣ କଣ ଖାସ ଓ ନୂଆ ଫିଚର୍ସ ରହିଛି ।
 
ଏହି ଆପରେ ଅନେକ ଫିଚର୍ସ ଯଥା ନେଭିଗେସନ, ରେସ୍  ଟେଲିମେଟ୍ରୀ, ଟୂର ମୋଡ, ଲୀନ ଆଙ୍ଗଲ ମୋଡ୍ , କ୍ରାସ୍  ଆଲର୍ଟ ଏବଂ କଲ୍  ଆଣ୍ଡ ଏସଏମଏସ ନୋଟିଫିକେସନ ମିଳିବ । ବାଇକରେ ଦିଆଯାଇଥିବା କ୍ରାସ୍ ଆଲର୍ଟ ସିଷ୍ଟମ ଏହାର ସେଫ୍ଟିକୁ ବଢ଼ାଇବ, ଯାହାଫଳରେ ଦୁର୍ଘଟଣା ହେବାର ସମ୍ଭାବନା କମ୍ ରହିଛି ।
  
କୌଣସି ପ୍ରକାରର ଫଲ୍ ସେନସ୍ ସମୟରେ ସିଷ୍ଟମ କ୍ରାସ୍ ଆଲର୍ଟ ମୋଡକୁ ଆସିଯାଇଥାଏ । ଏହାସହିତ କ୍ରାସ ଆଲର୍ଟ ୧୮୦ ସେକେଣ୍ଡ ପୂର୍ବରୁ ରାଇଡରକୁ ସୂଚନା ପଠାଇବ । ସେହିପରି ଗାଡି ଦୁର୍ଘଟଣାଗ୍ରସ୍ଥ ହୋଇଥିଲେ ତାହା ଏମରଜେନ୍ସୀ ନମ୍ବରକୁ ଅଟୋ ଡାଏଲ ହେବ, ଯାହାଦ୍ୱାରା ଜରୁରିକାଳୀନ ସ୍ଥିତିରେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ସାହାଯ୍ୟ ମିଳିପାରିବ । ଏହାସହିତ ଏଥିରେ ମୋଟରସାଇକେଲ ବ୍ରେକ ପାଇଁ ଡୁଆଲ ଚ୍ୟାନେଲ ଏବିଏସର ମଧ୍ୟ ସଂଯୋଗ କରାଯାଇଛି ।

apache-rtr-200-4vରେ ୧୯୭.୭୫ସିସି ସିଙ୍ଗଲ-ସିଲିଣ୍ଡର ମୋଟରର ବ୍ୟବହାର କରାଯାଇଛି, ଯାହା ୮,୫୦୦ rpmରେ ମ୍ୟାକ୍ସିମମ୍  ୨୦.୫hpsର ପାୱାର ପ୍ରଡ୍ୟୁସ୍  କରିଥାଏ । ସେହିପରି ୭,୦୦୦ rpm ରେ ଏହା ୧୮.୧ nm ପିକ୍ ଟର୍କ ଜେନେରେଟ୍ କରିଥାଏ । ଏହି ବାଇକରେ ୫ ସ୍ପୀଡ୍ ଗୀୟର ଟ୍ରାନ୍ସମିସନ ଦିଆଯାଇଛି ।