State Worker Protest: ହେ ସରକାର ! ବଞ୍ଚିଥିବା ବେଳେ କଥା ବୁଝୁନ ଆନ୍ଦୋଳନ କରୁକରୁ ଯଦି...
topStorieshindi

State Worker Protest: ହେ ସରକାର ! ବଞ୍ଚିଥିବା ବେଳେ କଥା ବୁଝୁନ ଆନ୍ଦୋଳନ କରୁକରୁ ଯଦି...

State Worker Protest News: ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଓ ଦପ୍ତରରେ କାର୍ଯ୍ୟରତ ସରକାରୀ କର୍ମଚାରୀ ମାନଙ୍କ ବିୟୋଗ ହେଲେ ସେମାନଙ୍କ ପରିବାର ବର୍ଗରୁ ଜଣେ ସଦସ୍ୟ କର୍ମଚାରୀ ଥଇଥାନ ଯୋଜନାରେ ସରକାରୀ ଚାକିରୀ ଦିଆଯିବା ନିମନ୍ତେ ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ  ୯୦ ମସିହାରେ ବିଜ୍ଞପ୍ତି ଦେଲେ । ହେଲେ ନିଯୁକ୍ତି ନଦେଇ ଉଚ୍ଛେଦ କଲେ। ତେବେ ଦାବି ଗୁଡିକୁ ମାନିବାକୁ ସହ ସରକାର ଏଥିପ୍ରତି ଧ୍ୟାନ ଦେବାକୁ ଦାବି କରି ଲୋୟର ପିଏମଜିରେ ଆନ୍ଦୋଳନ ଜାରି ରହିଛି। 

State Worker Protest: ହେ ସରକାର ! ବଞ୍ଚିଥିବା ବେଳେ କଥା ବୁଝୁନ ଆନ୍ଦୋଳନ କରୁକରୁ ଯଦି...

Odisha State Worker: ଭୁବନେଶ୍ୱରର ଲୋୟର PMGରେ  ଓଡ଼ିଶା ରାଜ୍ୟ କର୍ମଚାରୀ ଥଇଥାନ ଆଶାୟୀ ସଙ୍ଘର ପକ୍ଷରୁ ଚାଲିଥିଲା ଆନ୍ଦୋଳନ। ହଠାତ ଅସୁସ୍ଥ ହୋଇ ପଡିଲେ ଜଣେ ଆନ୍ଦୋଳନକାରୀ।  ଏହାପରେ ଆନ୍ଦୋଳନ କାରୀ କଣ କରିବେ କିଛି ବୁଝି ପାରିଲେ ନାହିଁ। କିଛି ଉପାୟ ନପାଇ ଜୋରରେ ରଡି ଛାଡିବାକୁ ଲାଗିଲେ। ଏହାପରେ ପୋଲିସ ଆନ୍ଦୋଳନ ସ୍ଥଳରେ ପହଞ୍ଚିଥିଲା।  ଓଡ଼ିଶାରେ ମୃତ କର୍ମଚାରୀ ପରିବାର ଥଇଥାନ ଯୋଜନା ୧୯୯୦ ମସିହା ବିଜ୍ଞପ୍ତି ଅନୁଯାୟୀ ସ୍ଥାୟୀ ଚାକିରୀ ଦାବୀରେ ଭୁବନେଶ୍ୱର  ଲୋୟର PMGରେ ଓଡ଼ିଶା ରାଜ୍ୟ କର୍ମଚାରୀ ଥଇଥାନ ଆଶାୟୀ ପକ୍ଷରୁ ଏମାନେ ୩ ଦିନ ହେବ ଧାରଣାରେ ବସି ରହିଛନ୍ତି । 

ଓଡ଼ିଶା ସରକାରଙ୍କ (Odisha Government) ବିଭିନ୍ନ ବିଭାଗ ଓ ଦପ୍ତରରେ କାର୍ଯ୍ୟରତ ସରକାରୀ କର୍ମଚାରୀ ମାନଙ୍କ ବିୟୋଗ ହେଲେ ସେମାନଙ୍କ ପରିବାର ବର୍ଗରୁ ଜଣେ ସଦସ୍ୟ କର୍ମଚାରୀ ଥଇଥାନ ଯୋଜନାରେ ସରକାରୀ ଚାକିରୀ ଦିଆଯିବା ନିମନ୍ତେ ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ  ୧୯୯୦ ମସିହାରେ ବିଜ୍ଞପ୍ତି ଦେଲେ । ନୂତନ ନିଯୁକ୍ତି ନଦେଇ ମୂଳ ପଦବୀ ଗୁଡିକୁ ଉଛେଦ କଲେ । ଫଳରେ ମୃତ ପରିବାର ଥଇଥାନ ଯୋଜନା ବର୍ତ୍ତମାନ ବିଲୁପ୍ତ ହେବାରେ ଲାଗିଛି। ତେବେ ଅସୁସ୍ଥ ଆନ୍ଦୋଳନ କାରୀଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲକୁ ପଠାଯାଇଛି।

Also Read: Winter Session 2022: ବିଧାନସଭା ଶୀତ ଅଧିବେଶନ, ଅର୍ଚ୍ଚନାଙ୍କୁ ନେଇ ଟଣାଟଣି ହେବେ ଶାସକ ବିରୋଧୀ

ଅନେକ ସମୟରେ ରାଜ୍ୟ ସରକାରଙ୍କ ନିକଟରେ ସ୍ଥାୟୀ ହୁଅନ୍ତୁ ବା ଅସ୍ଥାୟୀ କର୍ମଚାରୀ ନିଜର ଦାବି ନେଇ ଆନ୍ଦୋଳନ (Protest) କରିଥାନ୍ତି। ତେବେ ଲୋୟର ପିଏମଜିରେ ଅନେକ ସମୟରେ ଆନ୍ଦୋଳନରତ କର୍ମଚାରୀଙ୍କୁ ଦେଖିବାକୁ ମିଳିଥାଏ । ସେପଚଟେ ଗତ ସୋମବାର ହଜାର ହଜାର ଅଙ୍ଗନବାଡି କର୍ମୀ ଲୋୟର ପିଏମଜି ଛକରେ ଧାରଣା ଦେବା ଆରମ୍ଭ କରିଛନ୍ତି। ସେପଟେ ଦାବି ପୂରଣ ନହେବା ଯାଏ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଜାରି ରଖିବାକୁ ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ। ଏ ନେଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ କହିଛନ୍ତି, ରାଜ୍ୟ ଓ କେନ୍ଦ୍ର ସରକାର ଉଭୟ ଅଙ୍ଗନବାଡି କର୍ମୀଙ୍କ ପାଇଁ ଯଦି ଅର୍ଥ ଆବଣ୍ଟନ କରନ୍ତି। 

Also Read: Love In London: ପୁଣି ପ୍ରେମରେ ସାଂସଦ; ଲଣ୍ଡନରେ ଅନୁଭବଙ୍କୁ ମିଳିଲେ ଜୀବନସାଥୀ !

ଅଙ୍ଗନବାଡି ଦିଦିଙ୍କ (Anganwadi Worker)ଦାବି ମଧ୍ୟରେ ସରକାରୀ କର୍ମଚାରୀ ମାନ୍ୟତା, ଅବସର ପରେ ମାସିକ ୫ ହଜାର ଟଙ୍କା ପେନସନ ଓ ଅଙ୍ଗନବାଡି କର୍ମୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ଆଦି ରହିଛି। ଦାବି ପୂରଣ ନେଇ ରାଜ୍ୟ ସରକାରଙ୍କ ଖାମଖିଆଲି ମନୋଭାବ ବିରୋଧରେ ଅଙ୍ଗନବାଡି କର୍ମୀମାନେ ରାଜ୍ୟବ୍ୟାପୀ ୬୦ ହଜାର ଅଙ୍ଗନବାଡି କେନ୍ଦ୍ର ବନ୍ଦ କରିଛନ୍ତି।

Trending news