)
Waitress suspended:
ଅଧିକାଂଶ ସମୟରେ ଯେତେବେଳେ ଆମେ ଖାଇବାକୁ ବାହାରକୁ ଯାଇଥାଉ ଏବଂ ସେଠାରେ ସେବାକୁ ପସନ୍ଦ କରିଥାଉ, ଆମେ ସେମାନଙ୍କ ସେବା ବଦଳରେ ସେମାନଙ୍କୁ ଏକ ଟିପ୍ସ ଦେଇଥାଉ । ବିଶ୍ୱାସ କରାଯାଏ ଯେ ଏହା ସେଠାରେ କାମ କରୁଥିବା ୱେଟର-ରୋଷେୟାଙ୍କ ମନୋବଳ ବଢ଼ାଇଥାଏ ଏବଂ ସେମାନେ ଗ୍ରାହକଙ୍କୁ ଭଲ ଭାବରେ ସେବା କରନ୍ତି, କିନ୍ତୁ ଯଦି କେହି ଟିପ୍ସ କାରଣରୁ ଚାକିରି ହରାଇଦିଅନ୍ତି ତେବେ କ'ଣ ହେବ? ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ ଏହି କଥା ସମ୍ପୂର୍ଣ୍ଣ ସତ ।
ଇଂରାଜୀ ୱେବସାଇଟ ଡେଲି ମେଲରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ମିଚିଗାନର ବାସିନ୍ଦା ଲିନସି ବଏଡ ଫେସବୁକରେ ତାଙ୍କ ସହ ଘଟିଥିବା ଘଟଣା ବିଷୟରେ ଉଲ୍ଲେଖ କରିଛନ୍ତି। ଫେସ୍ ବୁକ୍ ରେ ସେ ଲେଖିଛନ୍ତି ଯେ ୨୬୦୦ ଟଙ୍କାର ବିଲ୍ ରେ ଜଣେ ଗ୍ରାହକ ତାଙ୍କୁ ୮ ଲକ୍ଷ ଟଙ୍କାର ଟିପ୍ସ ଦେଇଥିବାରୁ ସେ ଚାକିରି ହରାଇଛନ୍ତି। ମହିଳା ଜଣକ କହନ୍ତି ଯେ, ସେଦିନ କଳା ସୁଟ୍ ପିନ୍ଧିଥିବା ଜଣେ ମଧ୍ୟବୟସ୍କ ବ୍ୟକ୍ତି ରେଷ୍ଟୁରାଣ୍ଟକୁ ଆସି ନିଜ ପାଇଁ କିଛି ଖାଦ୍ୟ ମଗାଇଥିଲେ। ଯାହାର ବିଲ୍ ଶେଷରେ ୩୨ ଡଲାର ବା ପାଖାପାଖି ୨୬୦୦ ଟଙ୍କା ହୋଇଥିଲା।
ଏତେ ଟିପ୍ସ କାହିଁକି ?
ୱେଟର୍ସଙ୍କ ଅନୁସାରେ ସଂପୃକ୍ତ ବ୍ୟକ୍ତି ଜଣକ ଖାଇ ସାରିବା ପରେ ମୋତେ ୧୦ ହଜାର ଡଲାର ଅର୍ଥାତ ପାଖାପାଖି ୮ ଲକ୍ଷ ଟଙ୍କାର ଟିପ୍ସ ଦେଇଥିଲେ। ଏତେ ଟଙ୍କା ଟିପ୍ସ ଦେବାର କାରଣ କ'ଣ? ବୋଲି ମୁଁ ଜାଣିବାକୁ ଚାହିଁଥିଲି। ଉତ୍ତରରେ ସେହି ବ୍ୟକ୍ତି ଜଣକ କହିଥିଲେ ଯେ କିଛି ସମୟ ପୂର୍ବେ ମୃତ୍ୟୁବରଣ କରିଥିବା ମୋର ଜଣେ ବନ୍ଧୁଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବା ପାଇଁ ଏଠାକୁ ଆସିଥିଲି ଏବଂ ଏବେ ତାଙ୍କ ନାମରେ ମୁଁ ଆପଣଙ୍କୁ ଏହି ରାଶି ଦେଇଛି, ଯାହାଦ୍ୱାରା ଲୋକଙ୍କ ମୁହଁରେ ଖୁସି ଆସିପାରିବ । ଏହା ଦ୍ୱାରା ତାଙ୍କ ଆତ୍ମାକୁ ଶାନ୍ତି ମିଳିବ।
ଏହି ଟିପ୍ସ ନେବା ପରେ ମୁଁ ଏହାକୁ ମୋ ସାଙ୍ଗମାନଙ୍କ ସହ ସେୟାର କଲି, ମୁଁ ଭାବିଲି ରେସ୍ତୋଁରା ମ୍ୟାନେଜମେଣ୍ଟ ମଧ୍ୟ ଏହାକୁ ପସନ୍ଦ କରିବ । କିନ୍ତୁ ଏହି ଘଟଣା ନକାରାତ୍ମକ ମୋଡ଼ ନେଇଥିଲା ଏବଂ ମୋତେ ଚାକିରିରୁ ବହିଷ୍କାର କରାଯାଇଥିଲା। ଇଣ୍ଟରନେଟରେ ଏହି ପ୍ରସଙ୍ଗ ଭାଇରାଲ ହେବା ପରେ ରେସ୍ତୋଁରା ମାଲିକ ଆବେଲ ମାର୍ଟିନେଜ୍ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ୧୦,୦୦୦ ଡଲାରର ଏହି ଟିପ୍ ସହିତ ଲିନସିଙ୍କ ଚାକିରି ଯିବାର କୌଣସି ସମ୍ପର୍କ ନାହିଁ। ବରଂ ଶ୍ରମ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତେବେ ବଏଡ୍ ଏହାର ଜବାବ ଦେଇ କହିଥିଲେ ଯେ ମୋତେ ରେସ୍ତୋଁରାରୁ ମେ଼ଡିକାଲ ଛୁଟି ନେବାକୁ କୁହାଯାଇଥିଲା। ତେବେ କ୍ରଣ ପାଇଁ ମୁଁ ବୁଝି ପାରୁନାହିଁ। ପରେ ବଏଡ୍ ଏହି ପୋଷ୍ଟକୁ ସୋସିଆଲ ମିଡିଆରୁ ଡିଲିଟ୍ କରିଦେଇଥିଲେ।