)
Vastu:
ଘର, ଆଲମାରୀ, ଟ୍ରେଜେରୀ ଏବଂ ଯାନବାହାନକୁ ସୁରକ୍ଷିତ ରଖିବା ପାଇଁ ଚାବି ବ୍ୟବହୃତ ହୁଏ । ସମସ୍ତଙ୍କ ପାକରେ କିଛି ନା କିଛି ଚାବି ଅଛ । କିନ୍ତୁ ଖୁବ୍ କମ୍ ଲୋକ ଜାଣ ନ୍ତି ଯେ ଚାବିକୁ କେଉଁଠାରେ ରଖାଯାଏ । ଅଧିକାଂଶ ଲୋକ ଘରେ ଚାବି ରଖନ୍ତି ଯେଉଁଠାରେ ସେମାନେ ସହଜରେ ପାଇପାରିବେ । କିନ୍ତୁ ଯଦି ବାସ୍ତୁ ଅନୁସାରେ ଦେଖିବା ତାହେଲେ ଏଥିପାଇଁ ସ୍ବତନ୍ତ୍ର ନିୟମ ରହିଛି । କାରଣ ମଧ୍ୟ ସକରାତ୍ମକ ବା ନକାରାତ୍ମକ ଶକ୍ତି ସୃଷ୍ଟି କରିଥାଏ । ଆସନ୍ତୁ ଜାଣିବା ଚାବି ରଖିବା କେଉଁଠାରେ ଠିକ୍ ।
ବାସ୍ତୁ ଅନୁଯାୟୀ ଚାବିଗୁଡ଼ିକୁ ଡ୍ରଇଂ ରୁମରେ ରଖିବା ଉଚିତ ନୁହେଁ । ଏହାର କାରଣ ବାହାର ଏୋକଙ୍କ ନଜର ଚାବି ଉପରେ ପଡ଼େ । ଏହାକୁ ଭଲ ବୋଲି ବିବେଚନା କରାଯାଏ ନାହିଁ ।
ବାସ୍ତୁ ଅନୁଯାୟୀ ଘରର ପୂଜା କୋଠରୀରେ ମଧ୍ୟ ଚାବି ରଖିବା ଉଚିତ୍ ନୁହେଁ । ପୂଜାପାଠ ହେଉଛି ଘରର ସବୁଠାରୁ ପବିତ୍ର ସ୍ଥାନ ଯେଉଁଠାରେ ଲୋକମାନେ ମଇଳା ଚାବି କିମ୍ବା ମଇଳା ହାତରେ ଚାବି ରଖି ଦିଅନ୍ତି । ଯାହା ଦ୍ବାରା ନକାରାତ୍ମକ ଶକ୍ତି ଘରେ ପ୍ରବେଶ କରେ ।
ଘରର ରୋଷେଇ ଘର ପରିବାରର ସ୍ୱାସ୍ଥ୍ୟ ଏବଂ ପ୍ରଗତି ସହିତ ଜଡିତ । ଏପରି ପରିସ୍ଥିତିରେ ଚାବିଗୁଡ଼ିକୁ ରୋଷେଇ ଘରେ ମଧ୍ୟ ରଖିବା ଉଚିତ୍ ନୁହେଁ ।
ଚାବି ରଖିବା ପାଇଁ ସର୍ବୋତ୍ତମ ଦିଗ
ଯଦି ଆପଣ ଘରେ ଚାବି ରଖିବାକୁ ଚାହାଁନ୍ତି, ତେବେ ଲବିରେ ପଶ୍ଚିମ ଦିଗ ଏହା ପାଇଁ ସର୍ବୋତ୍ତମ ବୋଲି ବିବେଚନା କରାଯାଏ । ଚାବିର କାଠ ଷ୍ଟାଣ୍ଡକୁ କୋଠରୀର ଉତ୍ତର କିମ୍ବା ପୂର୍ବ କୋଣରେ ରଖିବା ଉଚିତ୍ । ଏହା ଶୁଭ ଫଳାଫଳ ଦେବ ।
ଚାବି ପାଇଁ ଏପରି ଷ୍ଟାଣ୍ଡ ରହିବା ଉଚିତ୍
ଚାବିଗୁଡ଼ିକୁ କୌଣସି ସ୍ଥାନରେ ରଖିବା ଉଚିତ୍ ନୁହେଁ, ବରଂ ଏକ କାଠ ଷ୍ଟାଣ୍ଡ ବ୍ୟବହାର କରାଯିବା ଉଚିତ୍ । କାରଣ ବାସ୍ତୁ ଅନୁଯାୟୀ ଡାଇନିଂ ଟେବୁଲ, ଚେୟାର କିମ୍ବା ପିଲାମାନଙ୍କ କୋଠରୀରେ ଚାବି ରଖିବା ଦ୍ବାରା ନକାରାତ୍ମକ ଶକ୍ତି ଆକର୍ଷିତ ହୋଇଥାଏ ।
ଘରେ ଏପରି ଚାବି ରଖନ୍ତୁ ନାହିଁ |
ଯଦି କୌଣସି ଚାବି ଅଦରକାରୀ କିମ୍ବା ବ୍ୟବହାର ନଥାଏ ତେବେ ତୁରନ୍ତ ଏହାକୁ ଘରୁ ବାହାର କରନ୍ତୁ । କାରଣ ଏହା ଆର୍ଥିକ କ୍ଷତି ଘଟାଇପାରେ । କଳଙ୍କିତ କିମ୍ବା ଭଙ୍ଗା ତାଲା କି ଚାବି ଘରେ ରଖିବା ଉଚିତ୍ ନୁହେଁ ।
(Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)