Published: Dec 18, 2025, 08:52 PM IST|Updated: Dec 18, 2025, 08:52 PM IST
Odisha Weather Report: ସାରା ରାଜ୍ୟ ସମେତ କନ୍ଧମାଳ ଜିଲ୍ଲାରେ ଚଳିତ ବର୍ଷ ଶୀତ ଜାରି ରହିଛି। ଓଡ଼ିଶାର ଦାର୍ଜିଲିଂ କୁହାଯାଉଥିବା ଘୁମୁସର ଉଦୟଗିରି ମଧ୍ୟ ଏଥିରୁ ବାଦ୍ ପଡ଼ି ନାହିଁ। ସ୍ଥାନୀୟ ଅଞ୍ଚଳରେ ଶୀତ ତାର ପ୍ରକୋପ ଦେଖେଇବାରେ ଲାଗିଛି। ଏକ ମାସରୁ ଊର୍ଦ୍ଧ୍ବ ସମୟ ହେବ ଶୀତ ଲହରୀ ସହ ତୁଷାରପାତ ଜାରି ରହିଛି। ପାରଦ ତଳମୁହାଁ ହେବା ସହ ପ୍ରବଳ ଶୀତ କୁ ଜାଡ କଲବଲ କରୁଛି। ହାତଗୋଡ଼ କାଳ ମାରୁଛି।ସଞ୍ଜ ନଇଁଲେ ଶୀତର ପ୍ରକୋପ ବଢ଼ିବାରେ ଲାଗୁଛି।