Viral Video: ଅରୁଣ ସ୍ତମ୍ଭ ନିକଟରୁ ଷ୍ଟ୍ରେଚରରେ ଶୋଇ ଦର୍ଶନ କଲେ ମାଆ, ଦେଖନ୍ତୁ ଏହି ଭିଡିଓ...

Puri News: ଜୀବନରେ ଶେଷ ସମୟରେ ଜଗା ଦର୍ଶନ ସବୁ ଜଗାପ୍ରେମୀଙ୍କ ଇଚ୍ଛା ରହିଥାଏ। କାହାରି ଏହି ଇଚ୍ଛା ପୁରଣ ହୁଏତ ଆଉ କାହାର ଅବଶୋଷପୂର୍ଣ୍ଣ ରହିଯାଏ। ତେବେ ଶେଷ ସମୟରେ ପରିବାରଙ୍କ ସାହାଯ୍ୟରେ ଜଗାଦର୍ଶନ କରିବା ଭାଗ୍ୟର କଥା ହୋଇଥାଏ। ଏଭଳି ଏକ ହୃଦୟସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଥିଲା ରବିବାର ପୁରୀ ବଡଦାଣ୍ଡରେ। ଜୀବନର ଶେଷ ସମୟରେ ଜଗା ଦର୍ଶନ ଇଚ୍ଛାକୁ ପୁରଣ କରିଛନ୍ତି ପରିବାର ଲୋକେ। ଷ୍ଟ୍ରେଚରରେ ଆସି ଶତାୟୁଙ୍କୁ ଆଣି ଜଗା ଦର୍ଶନ କରାଇଛନ୍ତି ପରିବାର ସଦସ୍ୟ। ଅରୁଣ ସ୍ତମ୍ଭ ନିକଟରୁ ଷ୍ଟ୍ରେଚର ଉପରୁ ପତିତପାବନଙ୍କୁ ଦର୍ଶନ କରି ସାନିଧ୍ୟ ନେଲେ ମାଆ।

Recommended Videos