)
ସହକର୍ମୀ ସାଙ୍ଗମାନଙ୍କ ସହ ପିକନିକ ଯାଇଥିବାବେଳେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ସାନ ଭାଇ ଅଭିଯୋଗ କରିଛନ୍ତି । ମୃତକ ହେଲେ କେନ୍ଦୁଝର ଜିଲ୍ଲାର ଯୋଡ଼ା ଥାନା ର ବାଚୁ ହଟିଙ୍ଗର ମିହିର ଦାସ । ସେ ଟେଗା ନାମକ ଏକ ଖଣି ଠିକା ସଂସ୍ଥାରେ କାମକରୁଥିଲେ । ଆଜି ଛୁଟି ଥିବାରୁ ଅନ୍ୟ ସହକର୍ମୀଙ୍କ ସହିତ ପିକନିକ କରିବାକୁ ଲହଣ୍ଡା ସ୍ଥିତ ସୁନା ନଦୀ କୂଳକୁ ଯାଇଥିଲେ । ମୃତକଙ୍କ ସାନଭାଇ ସୌରଭଙ୍କ କହିବା ଅନୁସାରେ ସନ୍ଧ୍ୟା ପ୍ରାୟ ୫ ଟା ୧୩ ମିନିଟ ସମୟରେ ମିହିର ତାଙ୍କୁ କଲ୍ କରି ତାଙ୍କୁ କେହି ବାଡଉଛନ୍ତି ବୋଲି କହିଥିଲେ । ଏହାର କିଛି ସମୟ ପରେ ସୌରଭ ବଡ଼ଭାଇ ମିହିରକୁ କଲ୍ କରିଥିଲେ, ମାତ୍ର ସେ ଫୋନ୍ ରିଶିଭ କରି ନଥିଲେ । ସନ୍ଧ୍ୟାରେ ଖୋଜାଖୋଜି ପରେ ଲହଣ୍ଡା ସୁନା ନଦୀ ରାସ୍ତା କଡ଼ରେ ମିହିରଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଠା