Viral Video: ଭୁବନେଶ୍ବରରେ ଯୁକ୍ତିତର୍କ ହେବା କାରଣରୁ ଯାତ୍ରୀଙ୍କୁ ଚାପୁଡା ମାରିଲେ ‘ଆମ ବସ୍’ କଣ୍ଡକ୍ଟର । ବସ୍ ଭିତରୁ ବାହାରି ଆସି ରାସ୍ତା କଡରେ ଚାପୁଡା ମାରିଲେ । କଣ୍ଡକ୍ଟର ୟୁନିଫର୍ମରେ ଥାଇ ଥାପଡ଼ ମାରିବା ଦୃଶ୍ୟ କ୍ୟାମେରାରେ ରେକର୍ଡ ହେବା ପରେ ତାହା ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ୟୁନିଟ ୮ ମାର୍କେଟ ପାଖରେ ଥିବା ବସ ଷ୍ଟପ୍ରେ ଚାପୁଡା ମାରିଥିବା ସୂଚନା ମିଳିଛି । OD33AH0166 ନଂ ଥିବା ଆମ ବସ୍ କଣ୍ଡକ୍ଟରଙ୍କ ଦାଦାଗିରି ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।