Published: Aug 03, 2025, 11:39 AM IST|Updated: Aug 03, 2025, 11:39 AM IST
Balanga Case: ବଳଙ୍ଗା ପୀଡ଼ିତା ମୃତ୍ୟୁ ଘଟଣା...ଭୟଙ୍କର ବୟାନ ଦେଲେ ପୀଡ଼ିତାଙ୍କ ବାପା । ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ବଳଙ୍ଗା ପୀଡ଼ିତା । ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ତ୍ବେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ପୀଡ଼ିତା । ଗତ ୧୯ ତାରିଖରେ ନିମାପଡ଼ା ବାୟାବର ଗାଁର ୧୫ ବର୍ଷର ନାବାଳିକାଙ୍କୁ ଭାର୍ଗବୀ ନଦୀ କୂଳରେ ଏକ ନିଛାଟିଆ ସ୍ଥାନରେ ହତ୍ୟା ଉଦ୍ୟମ ଅଭିଯୋଗ ହୋଇଥିଲା । ତେବେ ଗତକାଲି ତାଙ୍କର ମୃତ୍ୟୁ ପରେ ଭାଇରାଲ ହୋଇଛି ପୀଡ଼ିତାଙ୍କ ବାପାଙ୍କ ପ୍ରତିକ୍ରିୟା ।