Shocking Video: ମହାଦେବଙ୍କ ପୂଜା ପାଇଁ ଯାଇଥିବା ବେଳେ ଶିବମନ୍ଦିରରେ ଘେରି ଗଲେ ବାଘୁଆ ମହୁମାଛି, ଦେଖନ୍ତୁ ଏହି ଭିଡିଓ...

Shocking Video: ଶିବମନ୍ଦିରରେ ମହୁମାଛି ଆକ୍ରମଣ। ମହୁମାଛି ଆକ୍ରମଣ ରେ କୋଡ଼ିଏ ରୁ ଉର୍ଦ୍ଧ୍ବ ବ୍ୟକ୍ତି ଆହାତ ହୋଇଛନ୍ତି। ଘଟଣା ଟି ଘଟିଛି ଗଜପତି ଜିଲ୍ଲା ଚନ୍ଦ୍ରଗିରିରେ। ଆଜି ସକାଳୁ କିଛି ଭକ୍ତ ଚନ୍ଦ୍ରଗିରି ସ୍ତିତ ଶିବ ମନ୍ଦିରକୁ ଯାଇ ଦର୍ଶନ କରୁଥିବା ବେଳେ ହଟାତ୍ ବାଘମହୁ ମାଛି ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଅନେକ ଭକ୍ତ ଗୁରୁତର ଆହତ ହୋଇ ଥିବାବେଳେ ସେମାନଙ୍କୁ ସ୍ଥାନୀୟ ଲୋକେ ନିକଟସ୍ଥ ମେଡିକାଲ ରେ ଭର୍ତ୍ତି କରିଛନ୍ତି। କୋଡ଼ିଏ ରୁ ଉର୍ଦ୍ଧ ଲୋକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ କିଛି ଛୋଟ ଛୁଆ ଥିବା ଜଣାପଡିଛି।

Recommended Videos