Published: Aug 03, 2025, 06:26 PM IST|Updated: Aug 03, 2025, 06:26 PM IST
Odisha BJD: ବଳଙ୍ଗା ନାବାଳିକା ମୃତ୍ୟୁ ଘଟଣା...'ରାଜରାସ୍ତାରେ ସରକାରଙ୍କୁ ଆଣ୍ଠେଇଦବୁ ଆମେ' । ଜୀବନ ଯୁଦ୍ଧରେ ହାରିଗଲେ ବଳଙ୍ଗା ପୀଡ଼ିତା । ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ବଳଙ୍ଗା ପୀଡ଼ିତା । ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ତ୍ବେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି। ଗତ ୧୯ ତାରିଖରେ ନିମାପଡ଼ା ବାୟାବର ଗାଁର ୧୫ ବର୍ଷର ନାବାଳିକାଙ୍କୁ ଭାର୍ଗବୀ ନଦୀ କୂଳରେ ଏକ ନିଛାଟିଆ ସ୍ଥାନରେ ହତ୍ୟା ଉଦ୍ୟମ ଅଭିଯୋଗ ହୋଇଥିଲା । ଅଜଣା ଦୁର୍ବୃତ୍ତମାନେ ଅପହରଣ କରି ଜାଳି ଦେଇଥିବା ତାଙ୍କ ମାଆ ଅଭିଯୋଗ କରିଥିଲେ। ତେବେ ତାଙ୍କ ମୃତ୍ୟୁ ପରେ ଏବେ ରାଜନୈତିକ ବୟାନବାଜି ଜାରି ରହିଛି।