Published: Sep 08, 2025, 03:39 PM IST|Updated: Sep 08, 2025, 03:39 PM IST
Big Breaking: ନବୀନ ପଟ୍ଟନାୟକଙ୍କ ବଡ଼ ନିଷ୍ପତ୍ତି । ଉପରାଷ୍ଟ୍ରପତି ନିର୍ବାଚନ ଭୋଟଦାନରୁ ବିରତ ରହିବ ବିଜେଡି । ସାଂସଦଙ୍କ ସହିତ ଆଲୋଚନା ପରେ ନବୀନ ଏହି ନିଷ୍ପତ୍ତି ନେଇଛନ୍ତି । ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି ନବୀନ ପଟ୍ଟନାୟକ । ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ ରହିଛି । ରାଜ୍ୟସଭାରେ ବିଜେଡିର ୭ ସାଂସଦ ଅଛନ୍ତି । ଏନଡିଏର ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ ଏବଂ ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀ ରହିଛନ୍ତି । ତେବେ ସାଂସଦ ସସ୍ମିତ ପାତ୍ର କହିଛନ୍ତି ଯେ, ନା ଏନଡିଏ ନା ଇଣ୍ଡିଆ ମେଣ୍ଟକୁ କାହାକୁ ବି ସପୋର୍ଟ କରିବନି ବିଜେଡି ।