Published: Jun 28, 2025, 02:13 PM IST|Updated: Jun 28, 2025, 02:13 PM IST
Adani At Odisha: ପହଞ୍ଚିଲେ ଗୌତମ ଆଦାନୀ । ଭୁବନେଶ୍ବରରୁ ସିଧା ଯିବେ ପୁରୀ । ଗୁଣ୍ଡିତା ମନ୍ଦିରରେ ପୂଜାର୍ଚ୍ଚନା କରିବେ । ରଥାରୂଢ ବିଗ୍ରହଙ୍କୁ କରିବେ ଦର୍ଶନ । ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ସହ କରିବେ ଆଲୋଚନା । ଏଥିସହିତ କମ୍ପାନିର ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମରେ ମଧ୍ୟ ଭାଗନେବେ। ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଶ୍ରୀ ଆଦାନୀ ପୁରୀସ୍ଥିତ ହୋଟେଲ ମେ ଫେୟାରରୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ମଧ୍ୟାହ୍ନ 12ଟାରେ ବାହାରିବେ। ସେଠାରେ ରଥାରୂଢ଼ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କ ସହ ଚକ୍ରରାଜ ସୁଦର୍ଶନଙ୍କୁ ଦର୍ଶନ ଓ ପୂଜା କରିବେ।