ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଝାରସୁଗୁଡାରେ ପହଞ୍ଚି ପ୍ରସ୍ତୁତି କାର୍ଯ୍ୟର ତଦାରଖ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତେବେ ଅମଲିପାଲି ଯୁବ ସମାବେଶ ସ୍ଥଳରେ ନିରୀକ୍ଷଣ କରିବା ପରେ ରାଗି ଯାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମଞ୍ଚ ନିର୍ମାଣ ହେଉ କି ଅନ୍ୟ ବ୍ୟବସ୍ଥାକୁ ଦେଖି ମୁଖ୍ୟମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିବା ସହ ପ୍ରଶାସନିକ ଅଧିକାରୀଙ୍କ ଉପରେ ରାଗି ଯାଇଥିଲେ । ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଥିବା ବେଳେ ସମସ୍ତ ତ୍ରୁଟିକୁ ସୁଧାର କରିବା ପାଇଁ ପ୍ରଶାସନିକ ଅଧିକାରୀଙ୍କୁ କହିଥିବା ଦେଖିବାକୁ ମିଳିଛି ।