VIDEO: ବିଭିଜିରାମଜି ମିଶନକୁ ନେଇ ଏପରି କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦେଖନ୍ତୁ ଏହି ଭିଡିଓ..

ବିଭି ଜି ରାମ ଜି ମିଶନକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ. 2009 ରେ NRGA ପୂର୍ବରୁ କେବଳ ରାଜନୈତିକ ଫାଇଦା ପାଇଁ ଉପା ସରକାର ମହାତ୍ମା ଗାନ୍ଧୀଙ୍କ ନାମ ଯୋଡ଼ିଥିଲେ. କିନ୍ତୁ ନାମ ପରିବର୍ତ୍ତନ ହେଲା ହେଲେ ଢାଞ୍ଚା ପରିବର୍ତ୍ତନ ହୋଇ ନଥିଲା ଯେଉଁଥିପାଇଁ ଯୋଜନା ବିଫଳ ହେଲା. ପ୍ରତି ପରିବାରକୁ 100 ଦିନ କାମ ଗ୍ୟାରେଣ୍ଟି ଦିଆଯାଇଥିଲା. କିନ୍ତୁ ଆଉଟକମ ଥିଲା 50 ପ୍ରତିଶତ. କାମ ନଦେଲେ ଭତ୍ତା ଦେବା ବ୍ୟାବସ୍ଥା ବି ଅତି ନଗଣ୍ୟ. ତଦାରଖ ଦୁର୍ବଳ କାରଣରୁ ଏହା ଅସଫଳ ହୋଇଛି. ଦୁର୍ନତିର ଛିଟା ବି ଲାଗିଛି. ଉପା ସରକାରରେ କାର୍ଯ୍ୟନୟନ, ଦୁର୍ନୀତି ଅପବ୍ୟବହାର ଯୋଗୁ ଏହା ଲୋକଙ୍କୁ ସୁବିଧା ସୁଯୋଗ ଦିଆଯାଇ ନଥିଲା.

Recommended Videos