Dr Shankar Ramchandani Video: ଅସହାୟ ରୋଗୀଙ୍କ ପାଇଁ ଏକ ଟଙ୍କିଆ କ୍ଲିନିକ୍ ମାଧ୍ୟମରେ ସେବା କରୁଥିବା ଡାକ୍ତର ଶଙ୍କର ରାମଚନ୍ଦାନୀ ବର୍ତ୍ତମାନ ଆଉ ଏକ ପଦକ୍ଷେପ ନେଇଛନ୍ତି। ବର୍ତ୍ତମାନ ସେ ଗରିବଙ୍କ ପାଇଁ ୧ ଟଙ୍କାରେ ଦାନ୍ତ ଫିଲିଂ ସେବା ଆରମ୍ଭ କରିଛନ୍ତି। ଯାହାର ଏକ ଭିଡିଓ ସେ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି। ଏହି ଭିଡିଓରେ ସେ ଲେଖିଛନ୍ତି, "2000 ଟଙ୍କା ନୁହେଁ ଏକ ଟଙ୍କା ରେ ଦାନ୍ତ ଫିଲିଂ ଗରିବ ଙ୍କ ପାଇଁ, ଏହା ହିଁ ଏକ ଟଙ୍କିଆ କ୍ଲିନିକ୍ ର ମହତ୍ତ୍ଵ। ମାନବ ସେବା ହିଁ ଈଶ୍ୱର ସେବା।"