Published: Nov 03, 2025, 01:39 PM IST|Updated: Nov 03, 2025, 01:39 PM IST
Amar Patnaik: ନୂଆପଡ଼ା ଉପନିର୍ବାଚନ ପାଇଁ ଅଙ୍କକଷା ଚାଲିଛି । ସବୁ ଦଳର ବରିଷ୍ଠ ନେତା ନୂଆପଡ଼ାରେ ଡେରା ପକାଇଥିବା ବେଳେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ହୋଇଛି ମିଶ୍ରଣ ପର୍ବ । ଯେଉଁଠି ବିଜେଡି ଆଇଟି ସେଲ୍ ମୁଖ୍ୟ ଅମର ପଟ୍ଟନାୟକ ବିଜେପିରେ ଯୋଗ ଦେଇଛନ୍ତି । BJDର ଆଇଟି ସେଲ୍ ମୁଖ୍ୟ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଅମର ପଟ୍ଟନାୟକ ବିଜେପିରେ ମିଶିଛନ୍ତି ।