Baliyatra 2023: ବଡ଼ ଧୂମଧାମରେ ଆରମ୍ଭ ହେଲା କଟକ ଐତିହାସିକ ବାଲିଯାତ୍ରା

ରଶ୍ମିତା ସାହୁ Tue, 28 Nov 2023-11:57 am,

ଉଦ୍ଘାଟିତ ହେଲା କଟକ ର ଐତିହାସିକ ବାଲିଯାତ୍ରା। ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ରାଜ୍ୟ ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଗଣକବି ବୈଷ୍ଣବ ପାଣି ଙ୍କ ମଞ୍ଚ ରେ ବାଲିଯାତ୍ରା ର ସ୍ମରଣିକା ମଧ୍ୟ ଉନ୍ମୋଚନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ କଟକ ସାଂସଦ ଭାର୍ତୃହରୀ ମହତାବ, ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, କଟକ ମେୟର ସୁବାସ ସିଂ,କଟକ ଜିଲ୍ଲାପାଳ ନରହରୀ ସେଠୀ, ବାରବାଟି କଟକ ବିଧାୟକ ମହମ୍ମଦ ମୋକିମ, ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ଵାଳ ଙ୍କ ସମେତ ଅନ୍ୟ ବରିଷ୍ଠ ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ଥିଲେ। ଏହା ସହ ବାଲିଯାତ୍ରା କୁ ଆସି ବେଶ୍ ଗର୍ବ ଅନୁଭବ କରିବା ସହ ଆଗାମୀ ଦିନରେ ଜାତୀୟ ମାନ୍ୟତା ପାଇଁ କେନ୍ଦ୍ର ସରକାର ଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଛନ୍ତି ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link