ଗଣଦୁଷ୍କର୍ମ, ପରେ ପୀଡ଼ିତାଙ୍କୁ ହତ୍ୟା । ତା' ପୁଣି ବର୍ବର ଆଉ ଅମାନୁଷିକ ଭାବେ ହତ୍ୟା । ଆମ ଦେଶରେ ଏମିତି ଘଟଣା କିଛି ନୂଆ ନୁହେଁ । ହଁ ଏ ଭିତରେ ଯଦି ନୂଆ କିଛି ହୋଇଛି, ତାହା ହେଲା ନୂଆ ଆଇନ ପାରିତ ହୋଇ ଲାଗୁ ମଧ୍ୟ ହୋଇଛି । ସେହି ନୂଆ ଆଇନ ହେଲା ଧର୍ଷଣ ଓ ହତ୍ୟା ଭଳି ଜଘନ୍ୟ କାଣ୍ଡ ଘଟାଇଲେ ଦୋଷୀକୁ ମିଳିବ ମୃତ୍ୟୁ ଦଣ୍ଡ । ଦିଲ୍ଲୀ ନିର୍ଭୟା ମାମଲାର ଶୁଣାଣି କରି କୋର୍ଟ ୪ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି । କୋର୍ଟ ମଧ୍ୟ ରାୟ ଦେବା ବେଳେ କହିଥିଲେ, ଏମିତି ଦୋଷ କ୍ଷମା ଯୋଗ୍ୟ ନୁହେଁ । ଆଉ କଠୋର ଦଣ୍ଡ ମାନେ ଫାଶୀ ହ୍ୱାରା ଦେଶରେ ଏକ ନୂଆ ଭରସା ଜନ୍ମିବ । ଏଭଳି ଦୋଷୀ କେବେ ବି ଧର୍ଷଣ ଓ ହତ୍ୟା ଭଳି କାଣ୍ଡ କରିବାକୁ ଡରିବେ । ହେଲେ ବାସ୍ତବରେ ଏମିତି କିଛି ହେଉଛି ବୋଲି ଆପଣ ଭାବୁଛନ୍ତି... ଏହି ବିଷୟକୁ ନେଇ ଆ