Lightening Death: କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ଅଞ୍ଚଳ ରେ ବଜ୍ରାଘାତରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଛି। ପଟାଙ୍ଗି ବ୍ଲକ ଅନ୍ତର୍ଗତ ଆମ୍ଫାବେଲି ପଞ୍ଚାୟତ ର କନ୍ଧପୁଟାବନ୍ଧ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ନିଜ ଚାଷ ଜମିରେ କାମ କରୁଥିବା ବେଳେ, କାଳ ବୈଶାଖୀ ମାଡ଼ି ଆସିଥିଲା। ପବନ ଓ ବର୍ଷା ସାଙ୍ଗକୁ ବିଜୁଳି ଘଡ ଘଡି ମାରୁଥିଲା।