Published: Sep 06, 2025, 08:52 PM IST|Updated: Sep 06, 2025, 08:52 PM IST
Student Viral Video: ଡ଼ାକିକି କାରରେ ବସାଇଲେ, ତାପରେ ଛାତ୍ରକୁ ଦେଢ ମିନିଟ୍ ରେ ୬୦ ଚାପୁଡା ମାରିଲେ । କାର ଭିତରକୁ ଡାକିକି ବସାଇଲେ। ତାପରେ ଠୋ ଠୋ କରି ଚାପୁଡା ମାରିଚାଲିଲେ। ଗୋଟେ ମିନିଟରେ ୨୬ ଚାପୁଡା। ଖାଲି ଏତିକିରେ କଥା ସରିନଥିଲା ମାଡ଼ ମାରୁଥିବାର ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ ମଧ୍ୟ କରିଛନ୍ତି। ମୁହଁକୁ ପିଟୁଥିଲେ, ହାତ ଦେବାରୁ କହୁଥିଲେ, ହାତ ହଟା ନଚେତ ଆହୁରି ମାରିବୁ । କହି ପିଟି ଚାଲିଥିଲେ। ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଘଟିଛି ଏଭଳି ଘଟଣା। ତେବେ ଛାତ୍ରଙ୍କ ବାପା ମାମଲା ରୁଜୁ କରିବା ପରେ ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଛି।