)
Weather Report: ପାଣିପାଗ ବିଭାଗ କହିବା ଅନୁଯାୟୀ ଆଗାମୀ କିଛି ଦିନରେ ରାତି ତାପମାତ୍ରା ବୃଦ୍ଧି ପାଇବ। ରାତିରେ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଆଗାମୀ ୨୬ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଦେଖାଦେଇପାରେ। ଉପକୂଳ ଓ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଫୁଲବାଣୀ, ଭବାନୀପାଟଣା, ରାଉରକେଲା ଭଳି କିଛି ସ୍ଥାନକୁ ଛାଡ଼ିଲେ ଅନ୍ୟ ସ୍ଥାନ ଗୁଡିକରେ ତାପମାତ୍ରା ବୃଦ୍ଧି ପାଇବ। ବିଶେଷ କରି ଉପକୂଳ ଓଡ଼ିଶାରେ ତାପମାତ୍ରା ସ୍ୱାଭାବିକ ଠାରୁ ଢେର ଅଦିକ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।