Published: Jun 20, 2025, 02:13 PM IST|Updated: Jun 20, 2025, 02:13 PM IST
Naveen Patnaik : ଆଜି ଚିକିତ୍ସା ପାଇଁ ମୁମ୍ବାଇ ଗସ୍ତରେ ଯାଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଏହା ପୂର୍ବରୁ ବିଜୁ ମହିଳା ଜନତା ଦଳର ନେତ୍ରୀ ମାନେ ନବୀନ ନିବାସରେ ପହଁଚିଥିଲେ । ବରିଷ୍ଠ ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ ସମେତ, ରଞ୍ଜିତା ସାହୁ, ଲେଖାଶ୍ରୀ ସାମନ୍ତସିଂହାର, ଶର୍ମିଷ୍ଠା ସେଠୀ, ମଞ୍ଜୁଲତା ମଣ୍ଡଳ, ମିନତୀ ବେହେରା ପ୍ରମୁଖ ନବୀନ ନିବାସକୁ ଯାଇଥିଲେ । ଏହାସହ ବିମାନ ବନ୍ଦରର ଏକ ଭିଡିଓ ଭାଇରାଲ ହେଉଛି ଯେଉଁଠି ଶହ ଶହ ଲୋକ ନବୀନଙ୍କ ଆଶୁ ଆରୋଗ୍ୟ କାମନା କରି ଜୟ ଜଗନ୍ନାଥ ଜୟ ନବୀନ ନାରା ଦେଇଛନ୍ତି।