Published: Dec 16, 2025, 04:39 PM IST|Updated: Dec 16, 2025, 04:39 PM IST
Dhanu Sankranti: ଆଜି ପବିତ୍ର ଧନୁସଂକ୍ରାନ୍ତି। ଶ୍ରୀମନ୍ଦିରରେ ଶ୍ରୀଜୀୟୁଙ୍କ ନିକଟରେ ଆରମ୍ଭ ହୋଇଛି ପହିଲିଭୋଗ। ୮ଟା ୨୦ରେ ମହାପ୍ରଭୁଙ୍କ ନିକଟରେ ଲାଗି ହୋଇଛି ପହିଲି ଭୋଗ। ତେବେ ଭୋର ୪.୨୦ମିନିଟରେ ଶ୍ରୀମନ୍ଦିରର ଦ୍ୱାରଫିଟା ନିତି ସମ୍ପର୍ଣ୍ଣ ହେବା ପରେ ୫.୦୫ରେ ମଙ୍ଗଳଆଳତୀ ବଢିଛି। ରୋଷହୋମ , ମଇଲମ, ତଡପଲାଗି ପରେ ଅବକାଶ ଓ ବେଶ ବଢିବା ପରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ପହିଲିଭୋଗ ଲାଗି ହୋଇଛି। ଲକ୍ଷ୍ମୀ ଠାକୁରାଣୀ ଏକମାସ ପାଇଁ ପିତ୍ରାଳୟ ଚାଲିଯିବା ପରେ ଆଜିଠାରୁ ମାଆ ଯଶୋମତିଙ୍କ ହାତ ପରଷା ଖାଉଛନ୍ତି ମହାପ୍ରଭୁ।