Balijatra Preparation: କଳିଙ୍ଗ ବାଲିଯାତ୍ରା ର ପ୍ରଥମ ପ୍ରସ୍ତୁତି ବୈଠକ ପାରାଦୀପ ସ୍ଥାନୀୟ ଅଫିସର୍ସ କ୍ଲବ ପରିସରରେ ଆୟୋଜିତ

Balijatra Preparation: ପାରାଦୀପ କଳିଙ୍ଗ ବାଲିଯାତ୍ରା ର ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ। ଓଡ଼ିଶାର ଦ୍ଵିତୀୟ ପ୍ରସିଦ୍ଧ ପାରାଦୀପ କଳିଙ୍ଗ ବାଲିଯାତ୍ରା ର ପ୍ରଥମ ପ୍ରସ୍ତୁତି ବୈଠକ ପାରାଦୀପ ସ୍ଥାନୀୟ ଅଫିସର୍ସ କ୍ଲବ ପରିସରରେ ଆୟୋଜିତ ହୋଇଯାଇଛି । ଜଗତସିଂହପୁର ଜିଲ୍ଲାପାଳ ତଥା କଳିଙ୍ଗ ବାଲିଯାତ୍ରା କମିଟିର ସଭାପତି ଜେ.ସୋନାଲ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ପାରାଦୀପ ବିଧାୟକ ତଥା ଶୀଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୂଖ୍ୟ ଅତିଥି ଭାବେ ଯୋଗଦେଇ ପାରାଦୀପ କଳିଙ୍ଗ ବାଲିଯାତ୍ରା ମହୋତ୍ସବ କୁ କିପରି ଶାନ୍ତିପୂର୍ଣ୍ଣ ଓ ସଫଳତାର ସହ ଆୟୋଜନ କରାଯିବ ସେନେଇ ଏକ ବିସ୍ତୃତ ଆଲୋଚନା କରାଯାଇଥିଲା।

Recommended Videos