Rohit Sharma: ଟ୍ରଫି ଦେଲା ବେଳେ ରୋହିତ ଶର୍ମାଙ୍କୁ କଣ କହିଥିଲେ ମୁଖ୍ୟମନ୍ତ୍ରୀ, ଭିଡିଓ ଭାଇରାଲ। ଗତ ୯ତାରିଖରେ କଟକ ବାରବାଟୀରେ ଇଂଲଣ୍ଡ ଓ ଭାରତ ସହ ଖେଳାଯାଇଥିଲା ମ୍ୟାଚ୍ । ଆଉ ଏହି ମ୍ୟାଚ୍ ରେ ବିଜୟୀ ହୋଇଥିଲା ଭାରତୀୟ ଟିମ୍ । ଏହାପରେ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତେବେ ମ୍ୟାଚ୍ ଶେଷପରେ ଟ୍ରଫି ଓ ଅଭିବାଦନ ବେଳେ ଅଧିନାୟକ ରୋହିତ ଶର୍ମାଙ୍କ ସହ ହାତ ମିଳାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଉ ଏହି ସମୟରେ ମୁଖ୍ୟମନ୍ତ୍ରୀ କ୍ୟାପଟେନଙ୍କୁ ଅଭିନନ୍ଦନ ଜଣାଇଥିଲେ।