Smaranika Priyadarshini Viral Dance Video: ଓଡ଼ିଶାରେ କିଛି ଦିନ ଧରି ଯାତ୍ରା କଳାକାର ଚର୍ଚ୍ଚାରେ ରହିଆସୁଛନ୍ତି। ବର୍ତ୍ତମାନ ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡା ଲାଇମଲାଇଟ୍ ରେ ଅଛନ୍ତି। ଏହି କ୍ରମରେ ଓଡ଼ିଶା ଯାତ୍ରା ଜଗତରେ ଖୁବ୍ ପରିଚିତ ଅଭିନେତ୍ରୀ ସ୍ମରଣିକା ପ୍ରିୟଦର୍ଶିନୀଙ୍କ ଏକ ଡ୍ୟାନ୍ସ ଭିଡିଓ ଭାଇରାଲ୍ ହେଉଛି। ଯେଉଁଥିରେ ସେ ଶାଢ଼ୀ ପିନ୍ଧି ଅତି ସୁନ୍ଦର ଭାବରେ ସମ୍ୱଲପୁରୀ ଗୀତରେ ନାଚୁଥିବାର ନଜର ଆସୁଛନ୍ତି।