Terrible Accident: ଟ୍ରକକୁ ପଛପଟୁ ପିଟିଲା ବସ୍। ୩୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ। ଜାତୀୟ ରାଜପଥ ୧୬ ନମ୍ବର ଲଙ୍ଗଳେଶ୍ବର ଛକ ନିକଟରେ ଘଟିଛି ସଡକ ଦୁର୍ଘଟଣା। ବାଲୁଙ୍କେଶ୍ବର ନାମକ ଘୋରୋଇ ବସ୍ ଟି ଭୁବନେଶ୍ବରରୁ ଆସିକା ଯାଉଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ବସ୍ ଦୁର୍ଘଟଣା ପରେ ଡ୍ରାଇଭର ଓ ହେଲପର୍ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ସମସ୍ତ ଆହତ ଯାତ୍ରୀ ଙ୍କୁ ଉଦ୍ଧାର କରି ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରହିଛି।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.