)
Video: ଜଗତସିଂହପୁର ଜିଲ୍ଲା ଏରସମା ଥାନା ଗଡ଼ହରିଶପୁର ନିକଟ ଶଙ୍ଖ ନଦୀ ବନ୍ଧରୁ ଯୁବକଙ୍କ ମୃତ ଦେହ ଉଦ୍ଧାର । ହତ୍ୟା ସନ୍ଦେହ କରାଯାଉଛି। ମୃତକଙ୍କ ମୁହଁ ଓ ନାକରୁ ରକ୍ତ ବାହାରୁ ଥିବା ଦେଖାଯାଇଛି। ମୃତକ ଯୁବକ ଜଣକ ହେଲେ ବାଲିକୁଦା ଥାନା ତିତିରା କୂଳସାହି ଗାଁର ଭାଗୁ ସୁତାରଙ୍କ ପୁଅ ସୂର୍ଯ୍ୟ ନାରାୟଣ ସୁତାର। ଘଟଣା ସ୍ଥଳରେ ଏରସମା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପରିବାର ଲୋକଙ୍କ କହିବା ଅନୁସାରେ ଗତକାଲି ରାତି ୩ ଟାରେ ସେ ଘରେ ରହିଥିଲେ । ଘରେ ତାଙ୍କର ମୋବାଇଲ ଥିବା ବେଳେ ସେ ଏଠାକୁ କିପରି ଆସିଲେ । ତାଙ୍କୁ କେହି ଡାକି ହତ୍ୟା କରିଥିବା ପରିବାର ଲୋକେ ସନ୍ଦେହ କରିଛନ୍ତି । ଘଟଣା ସ୍ଥଳରେ ଏରସମା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।