VIDEO: କେନ୍ଦୁଝର ପରିବହନ ବିଭାଗ ପକ୍ଷରୁ ଆଜି ଯାତ୍ରୀବାହୀ AD ଘଷିପୁରା ବସଷ୍ଟାଣ୍ଡ ରେ ବସ୍ଗୁଡ଼ିକରେ ଚଢ଼ଉ କରାଯାଇ କାଗଜପତ୍ର ସହ ଡ୍ରାଇଭରମାନଙ୍କ ସ୍ଥିତି ଯାଞ୍ଚ କରାଯାଇଛି। କେନ୍ଦୁଝରରୁ ବସ୍ ବରୀ ଯାଉଥିବା ମୋତି ନାମକ ବସ୍ର ଚାଳକ ମଦପିଇ ଗାଡ଼ି ଚଳାଉଥିବାରୁ ଅଟକ ରଖାଯାଇ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା । ଅନ୍ଯଜ ଜଣେ ଚାଳକ ଠିକ୍ କରାଯିବା ପରେ ବସ୍କୁ ଛଡ଼ାଯାଇଥିଲା। ପରିବହନ ବିଭାଗ କର୍ମକର୍ତ୍ତା ଘସିପୁରା ପୁଲିସ୍ ସହାୟତାରେ ବସ୍ଷ୍ଟାଣ୍ଡରେ ଥିବା ଗାଡ଼ିଗୁଡ଼ିକୁ ଯାଞ୍ଚ କରିଥିଲେ।