)
Viral Video: ଖରସ୍ରୋତା ନଦୀରେ ଆତଙ୍କ ଖେଳାଇଛି କୁମ୍ଭୀର । ବିଂଝାରପୁର ଅନ୍ତର୍ଗତ ଘଣ୍ଟିଆଳି-କନ୍ତିଆ ବ୍ରିଜ୍ ନିକଟରେ ଜଣେ ମହିଳାଙ୍କୁ ନଦୀ ଭିତରକୁ ଟାଣିନେଇ ଝିଣି ଝିଣି ଖାଇଛି । ନଦୀ ବ୍ରିଜ୍ ଉପରୁ ଶହ ଶହ ଲୋକ ଏହି ଲୋମଟାଙ୍କୁରା ଦୃଶ୍ୟ ଦେଖିବା ସହ ନିଜ ମୋବାଇଲରେ ରେକର୍ଡ କରିଛନ୍ତି । ଭିଡିଓ ଗୁଡିକ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ହେଲେ କୁମ୍ଭୀର ଭୟରେ ମହିଳାଙ୍କୁ ଉଦ୍ଧାର କରିବାକୁ ନଦୀ ଭିତରକୁ ଯିବା ପାଇଁ କେହି ସାହସ ଜୁଟାଇ ପାରିନଥିଲେ । ଆଜି ନଦୀ କୁଳରୁ କୁମ୍ଭୀର ଟାଣି ନେଇଥିବା ମହିଳାଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଅଗ୍ନିଶମ ବାହିନୀ ଦ୍ଵାରା ଉଦ୍ଧାର ହେଲା ମହିଳାଙ୍କ ମୃତ ଶରୀର।