Kashmir Girl Stunt Video: ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓକୁ ନିଜ ଆକାଉଣ୍ଟରୁ ନୁସରତ ଫାତିମା ନାମକ ଜଣେ ୟୁଜର ସେୟାର କରିଛନ୍ତି । ଏଥିରେ ସେ ଲେଖିଛନ୍ତି, 'ଆଜି ମୁଁ ଗର୍ବର ସହିତ କହିପାରିବି ଯେ ମୋର କାଶ୍ମୀରରେ କେବଳ ପୁଅମାନଙ୍କ ପାଇଁ ନୁହେଁ ବରଂ ଆମ ଝିଅମାନଙ୍କ ପାଇଁ ମଧ୍ୟ ଅନେକ ପରିବର୍ତ୍ତନ ହୋଇଛି ।' ନୁସରତ ଆହୁରି ଲେଖିଛନ୍ତି, 'ଧାରା ୩୭୦ ଓ ୩୫ଏ ଅପସାରଣ ପୂର୍ବରୁ ଏହା ସମ୍ଭବ ନଥିଲା ।' ଏଥିପାଇଁ ନୁସରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ନୁସରତଙ୍କ ଏହି ଭିଡିଓରେ ଅନେକ ପ୍ରତିକ୍ରିୟା ଆସୁଛି, ଯେଉଁଥିରେ ଗୋଟିଏ ପଟେ ପ୍ରଶଂସା ଅଛି, ହେଲମେଟ ବିନା ଷ୍ଟଣ୍ଟ ଦେଖାଇବା ଉପରେ ଅନେକ ମଧ୍ୟ ପ୍ରଶ୍ନ ଉଠାଉଛନ୍ତି । ଦେଖନ୍ତୁ ଭିଡିଓ ।