Weather Report: ଖୁବ୍ ଶିଘ୍ର ଓଡ଼ିଶାରେ ସକ୍ରିୟ ହେବାକୁ ଯାଉଛି ମୌସୁମୀ। ରାଜ୍ୟରେ କିଛି କିଛି ସ୍ଥାନରେ କାଳବୈଶାଖୀଜନିତ ବର୍ଷା ଦେଖିବାକୁ ମିଳୁଥିବା ବେଳେ ଆଉ କିଛି ସ୍ଥାନରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଦିନରେ ଖରା-ଗରମ ହେଉଥିବା ବେଳେ ଅପରାହ୍ଣ ସମୟରେ କିଛି କିଛି ସ୍ଥାନରେ ବିଜୁଳି-ଘଡ଼ଘଡ଼ି ସହ ବର୍ଷା ପବନ ଦେଖିବାକୁ ମିଳୁଛି। ଶନିବାର ୧୪ ତାରିଖରେ ସମସ୍ତ ୩୦ ଜିଲ୍ଲାରେ ବର୍ଷା ଘଡ଼ଘଡ଼ି ହେବା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଆଲର୍ଟ ଜାରି ହୋଇଥିବା ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଓ ୩୦-୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି।