Weather Report: ଘଡ଼ଘଡ଼ି ପବନ ସହ ବର୍ଷା ନେଇ ଏହି ଜିଲ୍ଲା ପାଇଁ ଆଲର୍ଟ ଜାରି, ଜାଣନ୍ତୁ ଆଜିର ପାଣିପାଗ ରିପୋର୍ଟ...

Odisha Panipaga Report: ରାଜ୍ୟରେ ଏବେ ସକ୍ରିୟ ରହିଛି ମୌସୁମୀ। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏ ନେଇ ଶୁକ୍ରବାର ସେପ୍ଟେମ୍ବର ୫ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସମସ୍ତ ୩୦ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି।  ରାଜ୍ୟରେ ଲଗାଣ ବର୍ଷା ହେତୁ ବିଭିନ୍ନ ସ୍ଥାନରେ ନଦୀ ଜଳପତ୍ତନ ବୃଦ୍ଧି ଘଟିଛି। କିନ୍ତୁ ରାଜ୍ୟର କୌଣସି ବଡ଼ ନଦୀ ବିପଦ ସଙ୍କେତ ଉପରକୁ ପ୍ରବାହିତ ହୋଇ ନାହିଁ ବୋଲି କହିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ।   

Recommended Videos